ଓଡ଼ିଶାରେ ଏନଆରସି ଲାଗୁ ହେବନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ଓଡ଼ିଶାରେ ଲାଗୁ ହେବନି ଏନଆରସି । ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ରାଜ୍ୟରେ ମୁସଲମାନଙ୍କୁ ଏନଆରସି ଭୟରୁ ରକ୍ଷାକରିଛନ୍ତି ମୁଖ୍ୟମନ୍ତ୍ରୀ । ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏବିକୁ ସମର୍ଥନ କରି ବିଜେଡ଼ି ସ୍ପଷ୍ଟ କରିଥିଲା ନାଗରିକତା ସଂଶୋଧନ(ସିଏବି) ବିଲ ସହ ଏନଆସିର କୌଣସି ସମ୍ପର୍କ ନାହିଁ ।

ନୂଆ ଆଇନକୁ ନେଇ ସଂଖ୍ୟାଳଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ବିଲ୍ ପାସ୍ ପରେ ଆମେ ସୁରକ୍ଷିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।

ରାଜ୍ୟରେ ମୁସଲମାନ ସମ୍ପଦ୍ରାୟର କୌଣସି ଅସୁବିଧା ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବେ । ତାଙ୍କର ସମସ୍ତ ହାନିଲାଭରେ ସେ ଛିଡ଼ାହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

6 − 1 =