୧୧୨ ନମ୍ବର ଡାଏଲରେ ମିଳିବ ୩ ପ୍ରମୁଖ ସେବା

ଭୁବନେଶ୍ୱର: ଏଣିକି ୧୧୨ ନମ୍ବର ଡାଏଲ କଲେ ମିଳିବ ୩ ପ୍ରମୁଖ ଜରୁରୀ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ଡାଏଲ କରିବାକୁ ପଡିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାଏଲ୍ ୧୧୨ ସେବା ଆରମ୍ଭ କରିଛନ୍ତି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେବାର ଶୁଭାରମ୍ଭ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ଡାଏଲ୍ ୧୧୨ ଲୋକଙ୍କୁ ଉପକୃତ କରାଇବ । ଏହାକୁ ଆଧୁନିକ କଣ୍ଟ୍ରୋଲ ରୁମ୍ ଭାବରେ ବ୍ୟବହାର କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟି ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହ ସବୁ ଜିଲ୍ଲା ମୁଖ୍ୟାଳୟରେ ଏହି ସେବା କାର୍ଯ୍ୟ କରିବ ।ସବୁ କଲ୍ ରେକର୍ଡ ପୋଲିସ ପାଖରେ ରହିବ । ଏଥିପାଇଁ ୧୫୭ କୋଟି ଟଙ୍କା ବ୍ୟୟ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ପ୍ରଚଳିତ ସମସ୍ତ ଜରୁରୀ ନମ୍ବର ଯଥା ୧୦୦,୧୦୧,୧୦୨,୧୦୮ ଏବଂ ୧୧୨ କାର୍ଯ୍ୟକ୍ଷମ ରହିବ । ଧିରେ ଧିରେ ଲୋକମାନେ ସଚେତନ ହେବା ପରେ ସେଗୁଡ଼ିକ ପର୍ଯ୍ୟାୟ କ୍ରମେ ବନ୍ଦ ହେବ ।

Share

Leave a Reply

Your email address will not be published. Required fields are marked *

one × four =