୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ

ଭୁବନେଶ୍ୱର() ଆଜି ରାଜଧାନୀର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଏ ନୋଟିସ ଜାରି କରିଛି । ବିଜ୍ଞପ୍ତି ଜାରି କରାଯିବା ପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ବେଆଇନ ଭାବେ ପାର୍କିଂ ଫି ଆଦୟ କରାଯାଉଥିଲା । ବେଆଇନ ପାର୍କିଂ ଫି ଆଦାୟ ଅଭିଯୋଗରେ ରାଜଧାନୀର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଏ ନୋଟିସ ଜାରି କରିଛି ।

ଅକ୍ଟୋବର ୧୬ରେ ଭୁବନେଶ୍ୱରରେ ଥିବା ସପିଂ ମଲ୍, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଥିବା ନିଜସ୍ୱ ପାର୍କିଂ ଅଂଚଳରୁ ଲୋକଙ୍କଠାରୁ ଫି ଆଦାୟ କରାଯିବ ନାହିଁ ବୋଲି ବିଡିଏ କମିଶନର୍ କହିଥିଲେ । ଯେଉଁମାନେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share

Leave a Reply

Your email address will not be published. Required fields are marked *

three + 5 =