ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ() ନୋବେଲ କମିଟି ପକ୍ଷରୁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ୨୦୨୦ ବର୍ଷ ପାଇଁ ଦୁଇ ଅର୍ଥନୀତିଜ୍ଞ ପଲ ଅର ମିଲଗ୍ରମ ଏବଂ ରବର୍ଟ ବି ୱିଲସନଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଛି । ନିଲାମୀକୁ ନେଇ ରହିଥିବା ନିୟମରେ ପରିବର୍ତ୍ତନ ଏବଂ ନୂତନ ନିଲାମୀ ପ୍ରକ୍ରିୟା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଟ୍ୱିଟ୍ଟର ଜରିଆରେ ଦୁଇ ଅର୍ଥନୀତିଜ୍ଞଙ୍କ ନାମ ଘୋଷଣା କରାଯାଇଛି । ସେରିଜସ ରିକ୍ସବ୍ୟାଙ୍କ ପକ୍ଷରୁ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍ମାର ୧୯୬୯ ଠାରୁ ପ୍ରଦାନ କରାଯାଉଛି । ୧୯୬୯ରୁ ୨୦୧୯ ମଧ୍ୟରେ ୫୧ ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୮୪ ଜଣ ଅର୍ଥନୀତିଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୯ରେ ଅଭିଜିତ ବାନାର୍ଜୀ ଏବଂ ଏସ୍ଥର ଡଫଲୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

11 + eighteen =