ଏଥର କୌଣସି ସ୍କୁଲ ରେଜଲ୍ଟ ଶୂନ ହୋଇନାହିଁ

କଟକ: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ରେଜଲ୍ଟ । ମୋଟ ୫,୭୪,୧୨୫ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୫,୬୨,୦୧୦ ଜଣ ପାସ କରିଛନ୍ତି । ୭୭୦୩ ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି । ୪୪୧୨ ପିଲା ଅନୁପସ୍ଥିତ ଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ଦେଇନି ସ୍କୁଲ । -୨୬୫୬,-୨୨,୧୩୧, -୫୨,୧୯୯, ବି୨ ଗ୍ରେଡରେ ୯୪,୪୭୫ ପିଲା ପାସ କରିଛନ୍ତି । ୫୯୪୫ ସ୍କୁଲରେ ୂଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି ଚଳିତ ବର୍ଷ କୌଣସି ବି ସ୍କୁଲରେ ରେଜଲ୍ଟ ଶୂନ ହୋଇନାହିଁ । ଏକ୍ସରେଗୁଲାର ପିଲାଙ୍କ ମଧ୍ୟରୁ ୫୩,୨୭୯ ପିଲାଙ୍କ ମଧ୍ୟରୁ ୪୭,୦୬୦ ପାସ କରିଛନ୍ତି । ଏକ୍ସରେଗୁଲାର ପାସ ହାର ରହିଛି ୮୮.୩୦ ପ୍ରତିଶତ । ତେବେ ପରୀକ୍ଷା ରେଜଲ୍ଟକୁ ନେଇ ଯେଉଁ ଛାତ୍ର ଛାତ୍ରୀମାନେ ଅସନ୍ତୁଷ୍ଟ ଥିବେ ସେମାନେ ଆସନ୍ତା ଜୁଲାଇ ୫ ତାରିଖରେ ସେମାନେ ପୁନର୍ବାର ଫର୍ମ ଫିଲପ କରି ପରୀକ୍ଷା ଦେବେ । ଆଜି ଏଭଳି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Share

Leave a Reply

Your email address will not be published. Required fields are marked *

4 × 5 =