ହାଇଦର ପୁଅର ଜାମିନ ନାମଞ୍ଜୁର

କଟକ: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟାର ସେକ ହାଇଦର ପୁଅ ସେକ୍ କାଦିରର ଜାମିନ ନାମଞ୍ଜୁର । କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ଜାମିନ ଖାରଜ କରିଛନ୍ତି । ବାବାଙ୍କ ଶୁଦ୍ଧିକ୍ରିୟା ଲାଗି ଜାମିନ ଆବେଦନ କରିଥିଲା ସେକ୍ କାଦିର ।
ସୂଚନାଯୋଗ୍ୟ , ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ସେ ଖସିଯାଉଥିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଏନ୍କାଉଣ୍ଟର ରେ ହାଇ ଦରର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ହାଇଦରକୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍ ନିଆଯାଉଥିଲା । ରାସ୍ତାରେ ସେ ଖସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ଗୁରୁତର ହୋଇଥିଲା ହାଇଦର୍ ।

ବାଲେଶ୍ୱର ସିମୁଳିଆ ନିକଟରେ ଏପରି ଘଟଣା ଘଟିଥିଲା । ଆହାତ ହାଇଦରକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହାଇଦର ଏନ୍‌କାଉଣ୍ଟର ନେଇ ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଏସକଟ ପାର୍ଟିର ବନ୍ଧୁକ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରୁଥିଲା ହାଇଦର । ବାରିପଦା ନେବା ବାଟରେ ପରିସ୍ରା କରିବାକୁ ଜିଦ ଧରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର୍ । ପରିସ୍ରା କରିବା ବାହାନାରେ ବନ୍ଧୁକ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରୁଥିବା ସମୟରେ ଏନ୍‌କାଉଣ୍ଟର କରିଥିଲା ପୋଲିସ ।

Share

Leave a Reply

Your email address will not be published. Required fields are marked *

18 + six =