ଚାଷୀଙ୍କ ପାଇଁ ନିର୍ମଳାଙ୍କ ବଡ଼ ଘୋଷଣା

ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ ।ତେବେ ଚଳିତ ବର୍ଷ ଚାଷୀଙ୍କ ପାଇଁ ବଜେଟରେ ହୋଇଛି ବଡ ଘୋଷଣା ।

ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନରେ କହିଛନ୍ତି, ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ବଜେଟରେ ଲକ୍ଷ୍ୟ ରଖାଯାଇଛି । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦ କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨ ୭୫୨ କୋଟି ।ଏହାଦ୍ୱାରା ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ । ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ବଜେଟରେ ଲକ୍ଷ୍ୟ ରଖାଯାଇଛି | ଚାଷୀଙ୍କ ପାଇଁ ୭୫ ହଜାର କୋଟିରୁ ଅଧିକ ଟଙ୍କା ବଜେଟରେ ଦିଆଯାଇଛି | କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ରହିଛନ୍ତି | ୭ ବର୍ଷରେ ଦୁଇଗଣରୁ ଅଧିକ ଧାନ କିଣାଯାଇଛି | ନ୍ୟୁମତମ ସମର୍ଥନ ମୂଲ୍ୟ ଉପରେ କୃଷକଙ୍କ ଉତ୍ପାଦ ପ୍ରକ୍ରିୟାର ବୃଦ୍ଧି ଜାରି ରହିବ । ୨୦୨୦-୨୦୨୧ରେ କୃଷକଙ୍କ ଠାରୁ ୧.୭୨ ଲକ୍ଷ କୋଟି ଟଙ୍କାର ଧାନ କିଣାଯାଇଥିବା ଅର୍ଥମନ୍ତ୍ରୀ ଏହି ବଜେଟ୍‌ ସେସନ୍‌ରେ କହିଛନ୍ତି । ୨୦୨୦-୨୧ରେ ଗହମ ପାଇଁ ଦିଆଯାଇଛି ୭୫ ହଜାର କୋଟି ଟଙ୍କା | ସେହିଭଳି ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି | ସେହିଭଳି ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ|

Share

Leave a Reply

Your email address will not be published. Required fields are marked *

two × 4 =