ସରକାରଙ୍କୁ ସତ୍ୟପାଠ ମାଗିଲା ଗ୍ରୀନ ଟି୍ରବ୍ୟୁନାଲ

ଢେଙ୍କାନାଳ ଜିଲ୍ଲା ବଳରାମପୁରର ଝିଙ୍କରଗଡି ଠାରେ ମଦ କାରଖାନା ପାଇଁ ଶତାଧିକ ଗଛ କଟାଯାଇଥିବା ଘଟଣାରେ ଜାତୀୟ ଗ୍ରୀନ ଟି୍ରବ୍ୟୁନାଲ ଉଦବେଗ ପ୍ରକାଶ କରିଛନ୍ତି । ଏଠାରେ ଜଙ୍ଗଲ ଆଇନର ଖୋଲା ଉଲଙ୍ଘନ କରାଯାଇଛି ବୋଲି ଗ୍ରୀନ ଟି୍ରବ୍ୟୁନାଲ ମତ ଦେବା ସହ ରାଜ୍ୟ ସରକାର ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନୋଟିସ ଦେଇଛନ୍ତି । ଏହି ଗଛ କଟାରେ ୧୯୮୦ ଜଙ୍ଗଲ ଆଇନର ଉଲଙ୍ଘନ କରାଯାଇଛି ବୋଲି ଏନଜିଟି କହିଛି । ଆସନ୍ତା ଜାନୁଆରୀ ୨୧ରେ ମାମଲାର ପରବର୍ତ୍ତୀ ସୁଣାଣି ହେବ । ଏହି ଗଛକଟାକୁ ସ୍ଥାନୀୟ ଲୋକେ ବିରୋଧ କରିବା ଯୋଗୁଁ ସେଠାରେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ମଦ ଦୋକାନ ପାଇଁ ଅମାନୁଷିକ ଭାବେ ବ୍ୟପକ ଗଛକଟାକୁ ବିରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ଥାାନୀୟ ଲୋକମାନଙ୍କର ଦାବିକୁ ଉପଲବ୍ଧି କରି ଏହି ଗଛକଟା ବନ୍ଦ କରିବାପାଇଁ ନିଦେ୍ର୍ଧଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five + 6 =