ତହସିଲ ଅଫିସରେ ନିଆଁ ଲଗାଇଲା ଦୁର୍ବୃତ୍ତ

ସମ୍ବଲପୁର()  ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟିଛି ।  ତେବେ ଏହି ଅଗ୍ନିକାଣ୍ଡ କୌଣସି ବିଦୁ୍ୟତ ସର୍ଟସର୍କିଟ ଯୋଗୁଁ ନୁହେଁ । ବରଂ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିବା  ସୂଚନା ମିଳିଛି ।  ତେବେ କିଏ ଓ କ’ଣ ପାଇଁ ଏହି ନିଆଁ ଲଗାଇଛି ସେ ନେଇ କିଛି ଜଣାପଡ଼ିନାହିଁ ।  ହଠାତ ନିଆଁ ଲାଗିବାରୁ ତହସିଲ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି ।  ଏନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏନେଇ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି ।  ଅନ୍ୟପକ୍ଷରେ ଜଣେ ଲୋକ ଆସି ନିଆଁ ଲଗାଇଥିବା ଖବର ପାଇଛୁ ବୋଲି ତହସିଲଦାର କହିଛନ୍ତି । 

Share

Leave a Reply

Your email address will not be published. Required fields are marked *

11 + twenty =