ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା

ଭୁବନେଶ୍ୱର() ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।  ସେ କହିଛନ୍ତି ଯେ, ‘ ଲୋକମାନେ ଭୋଟ ତାଲିକାରେ ନାଁ ଯୋଡିବା, କାଟିବା ଓ ତଥ୍ୟ ସଂଶୋଧନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନରେ ଏନେଇ ଆବେଦନ କରିପାରିବେ । ଏଥିପାଇଁ ପ୍ରତ୍ୟେକ ବୁଥ ଏରିଆରେ ବୁଥ ଲେବଲ ଅଫିସର ଅଛନ୍ତି । ବୁଥ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଲୋକମାନେ ଫର୍ମ ନେଇପାରିବେ ।’

ତେବେ ୧୫ ଡିସେମ୍ବର ଯାଏଁ ଲୋକମାନେ ନିଜର ଭୋଟ ପରିଚୟ ପତ୍ର ସଂଶୋଧନ ପାଇଁ ଆବେଦନ କରିପାରିବେ  । ୧୫ ଡିସେମ୍ବରରୁ ୫ ଜାନୁଆରୀ ଭିତରେ ଆବେଦନର ଯାଞ୍ଚ କରାଯିବ । ୧୫ ଜାନୁଆରୀରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 10 =