ବାପାକୁ ବଳିଗଲା ପୁଅ, ଟାଟା ମୋଟର୍ସ ନାଁରେ ଲୋକଙ୍କୁ ଠକୁଥିଲା

ଭୁବନେଶ୍ୱର () ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଆଉ ଏକ ସାଂଘାତିକ ଠକେଇ ଓ ଜାଲିଆତିର ଅଭିଯୋଗ । ଅଭିଯୋଗ କରିଛି ଟାଟା ମୋଟର୍ସ । କ୍ରାଇମବ୍ରାଞ୍ଚରେ ହୋଇଛି ଅଭିଯୋଗ । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି । ନିଜକୁ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଜାଲିଆତିରେ ଲିପ୍ତ ଥିଲେ ବୋଲି ଏତଲାରେ ଅଭିଯୋଗ କରାଯାଇଛି ।
ଟାଟା ମୋଟର୍ସକୁ ବଦାନାମ କରିଛନ୍ତି ଆକାଶ । ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଆକାଶ ଲୋକଙ୍କୁ ଠକୁଥିଲେ ବୋଲି ଅଭିଯୋଗରେ କୁହାଯାଇଛି । କମ୍ପାନୀ ତରଫରୁ ଦାଏର ଏଫଆଇଆରରେ କୁହାଯାଇଛି ଯେ, ଆକାଶ ଚାକିରି ଦେବାକୁ କହି ଲୋକଙ୍କୁ ଠକିଛନ୍ତି । ମେ ୭ ତାରିଖ ୨୦୨୦ରେ ଟାଟା ମୋଟର୍ସ ବିଜୟ କୁମାର ଝା ନାମକ ବ୍ୟକ୍ତିଙ୍କଠାରୁ ପାଇଥିବା ମେଲରୁ ଆକାଶଙ୍କ ଠକେଇ ବାବଦରେ କଂପାନୀ ସୂଚନା ପାଇଥିଲା ।
ବିଜୟ କଂପାନୀକୁ ଲେଖିଥିବା ମେଲରେ ଆକାଶ କୁମାର ପାଠକଙ୍କ ବାବଦରେ ଅଧିକ ତଥ୍ୟ ମାଗିଥିଲେ । ଆକାଶ ନିଜକୁ ଟାଟା ମୋଟର୍ସର ପୁନେ ଡିଭିଜନର ଏମଡି ଅଛନ୍ତି କି ନାହିଁ ତାହା ବିଜୟ ଜାଣିବାକୁ ଚାହିଁଥିଲେ । ନିଜକୁ ଏମଡି ବୋଲି ପରିଚୟ ଦେଇ ଆକାଶ ବେକାରଙ୍କ ଠାରୁ ଚାକିରି ପାଇଁ ବଡ ରକମ ନେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଠକେଇ ପାଇଁ ଆକାଶ ଟାଟା ମୋଟର୍ସର ଜାଲ୍ ପରିଚୟ ପତ୍ର,ଲୋଗୋ ବ୍ୟବହାର କରୁଥିବା କଂପାନୀ ପକ୍ଷରୁ ଅଭିଯୋଗ କରାଯାଇଛି । ଏମିତିକି ସେ ଆକାଶ ଡଟ୍ ପାଠକ୍ ଆଟ୍ ଦ ରେଟ୍ ଟାଟା ମୋଟର୍ସ ନାମରେ ଗୋଟିଏ ଜାଲ ମେଲ୍ ଆଇଡି ମଧ୍ୟ କ୍ରିଏଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଠକ ଏତିକିରେ ଅଟକି ନଥିଲେ । ସେ ଭିଜିଟିଂ କାର୍ଡରେ ମଧ୍ୟ ନିଜକୁ ଟାଟା ମୋଟର୍ସର ଅଧିକାରୀ ଭାବେ ଉଲ୍ଲେଖ କରିଥିଲେ । କଂପାନୀ ପକ୍ଷରୁ ସବୁ ଜାଲ ଦସ୍ତାବିଜର କପି କ୍ରାଇମବ୍ରାଂଚକୁ ଦିଆଯାଇଛି । ଆକାଶ ମଧ୍ୟ ଫେସବୁକ ଓ ଲିଙ୍କଡ୍ ଇନରେ ଫେକ୍ ପ୍ରୋଫାଇଲ ଖୋଲି ନିଜକୁ ଟାଟା ମୋଟର୍ସର ଅଧିକାରୀ ବୋଲି ପରିଚୟ ଦେଉଥିଲେ ।

Share

Leave a Reply

Your email address will not be published. Required fields are marked *

two + four =