ସ୍କୁଲ ଉପସ୍ଥାନ ବୃଦ୍ଧି ପାଇଁ ନୂଆ ଯୋଜନା

ଭୁବନେଶ୍ବର (ନିପ୍ର): ବ୍ୟକ୍ତିର ବିକାଶରେ ବିଦ୍ୟାଳୟର ଭୂମିକା ଗରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀମାନେ ନିୟମିତ ଭାବେ କିପରି ସ୍କୁଲ ଯିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦିନ ସ୍କୁଲ ଉପସ୍ଥାନ ୨୦୧୮ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଆଜି ସଚିବାଳୟରେ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିବା ସହ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପଂଚାୟତକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ପଂଚାୟତ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ପ୍ରତିଦିନ ସ୍କୁଲ ଯିବାର ଆବଶ୍ୟକତା ସଂପର୍କରେ ସଚେତନତା ସୃଷ୍ଟି କରାଯିବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଓ ୟୁନିସେଫର ପ୍ରତିନିଧି ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

three × four =