ପୁରୀବାସୀଙ୍କ ଲାଗି ନୂଆ ନିୟମ

ପୁରୀ : ପୁରୀ ବାସୀଙ୍କ ପାଇଁ ଖୁସି ଖବର । ଏଣିକି ବିନା ଲାଇନରେ ଛିଡା ହୋଇ ଦର୍ଶନ କରିପାରିବେ କେବଳ ଜିଲ୍ଲା ବାସୀ । ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପ୍ରସଙ୍ଗ ନେଇ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ନଭେମ୍ବର ୧ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀ ପୈାରାଞ୍ଚଳ ବାସୀ । କୋଭିଡ ଟିକାର ଡବଲ ଡୋଜ ରିପୋର୍ଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ଦେଖାଇ ପୈାରାଞ୍ଚଳ ବାସୀ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିପାରିବେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ।

Share

Leave a Reply

Your email address will not be published. Required fields are marked *

7 − three =