8 ଜିଲ୍ଲାର ନୂଆ ଜିଲ୍ଲାପାଳ

ଭୁବନେଶ୍ବର (ନିପ୍ର): ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡଧରଣର ଅଦଳବଦଳ ହୋଇଛି  । ଏକକାଳୀନ 23 ଜଣ ଆଇଏଏସ୍ ଅଫିସରଙ୍କ ବଦଳି ହୋଇଛି  କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମେତ 7 ଜିଲ୍ଲାର ଜିଲ୍ଲାପାଳ ଓ ପଶ୍ଚିମାଞ୍ଚଳ ଆରଡିସିଙ୍କ ବଦଳି ହୋଇଛି

ସମ୍ବଲପୁର ଆରଡିସି ଡି.ଭି.ସ୍ବାମୀଙ୍କୁ ନିୟୋଜନ ବିଭାଗର କମିଶନର ଭାବେ ବଦଳି କରାଯାଇଛି ଏଥିସହ ସେ  ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଦାୟିତ୍ବ ମଧ୍ୟ ତୁଲାଇବେ  । ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଗିରିଶ ଏସଏନଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି  । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ଦାୟିତ୍ବ ଦିଆଯାଇଛି  । ସେ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ  । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ଜାୱାଲେ ନୀତିନ ଭାନୁଦାସଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି  । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବି ଭାବେ ବଦଳି କରାଯାଇଛି  । ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ପ୍ରାଣୀସମ୍ପଦ ଓ ପଶୁପାଳନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି  । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ପାଟିଲ ରାଜେଶ ପ୍ରଭାକରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି  ।

ଏଥିସହିତ 7 ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି  । ସୋନପୁର ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ  ବୌଦ୍ଧ ଜିଲ୍ଳାପାଳ ମଧୁସୂଦନ ମିଶ୍ରଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି  । କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାନିକଙ୍କୁ ଶ୍ରମ କମିଶନର ଭାବେ ବଦଳି କରାଯାଇଥିବାବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି  । କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି  । ଗଞ୍ଜାମ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀଙ୍କୁ ସ୍ବତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି  । କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁଜୀଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି ଗଞ୍ଜାମ ଜିଲ୍ଲାର ଡିଅାରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୁଲାଙ୍ଗ ବିଜୟ ଅମୃତାଙ୍କୁ ଗଞ୍ଜାମ ଜିଲ୍ଳାପାଳ ଭାବେ ଅବସ୍ଥାପିତ କରାଯାଇଛି  ।

ମାଲକାନଗିରିର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଗାଭାଲି ପରାଗ ହର୍ଷଦଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି  । ନୀଳଗିରି ଉପଜିଲ୍ଲାପାଳ ଏ ଏସ୍ ନର୍ବାଣେଙ୍କୁ ନୀଳଗିରି ଆଇଟିଡିଏର ଅତିରିକ୍ତ ଦାୟିତ୍ବ ଦିଆଯାଇଛି  । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଜ୍ୟୋତିପ୍ରକାଶ ଦାଶଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି  । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ସୀତାଂଶୁ କୁମାର ରାଉତଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି  । ଯୁକ୍ତ ଦୁଇ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶ ଭାବେ ବଦଳି କରାଯାଇଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାରଙ୍କୁ ଉଦ୍ୟାନ କୃଷି ଉଦ୍ୟାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି  । ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ବିଜୟ କେତନ ଉପାଧ୍ୟାୟଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି  । ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କୁ ଦେବଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − 14 =