ନୂଆ ଟେକ୍ନୋଲୋଜିରେ ନୂଆ ବସ ସେବା

ଭବନେଶ୍ବର () ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ “ମୋ ବସ” ସେବା । ହକି ବିଶ୍ବକପ ପୂର୍ବରୁ ରାଜଧାନୀ, କଟକ ଓ ଆଖପାଖ ଅଞ୍ଚଳରେ 200 ନୂଆ ସିଟି ବସ ଗଡିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧିନରେ ଏହି ସବ ସେବା ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ଏହି ବସ ସେବାର ପ୍ରଥମ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଶୁଭାରମ୍ଭ କରିବେ । ଏହି ସୂଚନା ଦେଉଛନ୍ତି ବିଡିଏ ଉପାଧ୍ୟକ୍ଷ କିଷନ କୁମାର ।

ପ୍ରଥମ ପର୍ଯ୍ୟାୟରେ 8ଟି ରୁଟରେ ବସ ସେବା ଆରମ୍ଭ ହେବ  । ଦ୍ବିତୀୟ ପର୍ଯ୍ୟାୟ ବସ ସେବା ନଭେମ୍ବର 15ରୁ ଏବଂ ତୃତୀୟ ପର୍ଯ୍ୟାୟ ଡିସେମ୍ବର 10 ତାରିଖରୁ ଆରମ୍ଭ ହେବ । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ 100ଟି ଲେଖାଏଁ ବସ ସାମିଲ ହେବ । ତୃତୀୟ ପର୍ଯ୍ୟାୟରେ ଏବେ ଚାଲୁଥିବା 89ଟି ସିଟିବସକୁ ମୋ ବସ ନାଁରେ ନାମିତ କରି ଚଲାଯିବ । ଏହି ବସ ସେବା ଏବଂ ରୁଟ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଏକ ମୋବାଇଲ ଆପ ମଧ୍ୟ ଉପଲବ୍ଧ ହେବ ।

ପ୍ରଥମ ପର୍ଯୟରେ 9ଟି ରୁଟରେ ଏହି ସିଟି ବସ ଗଡିବ । ପ୍ରତି 10ରୁ 12 ମିନିଟରେ ସବୁ ରୁଟରେ ବସ ଉପଲବ୍ଧ ହେବ । ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି 15 ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ରୁଟରେ ବସ ସେବା ଉପଲବ୍ଧ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ 8ଟି ରୁଟରେ ବସ ଚାଲିବ । ତୃତୀୟ ପର୍ଯ୍ୟାୟରେ ଅନ୍ୟାନ ସବୁ ରୁଟରେ ବସ ସେବା ଚାଲିବ । ପୂରା ଭୁବନେଶ୍ବର ଏବଂ କଟକ ମଧ୍ୟରେ 330ରୁ 340ଟି ସିଟି ବସ ଚାଲିବ ।

Share

Leave a Reply

Your email address will not be published. Required fields are marked *

16 + 11 =