ଅମୂଲ୍ୟଙ୍କୁ ସହଯୋଗ କରନ୍ତୁ

ନୟାଗଡ଼: ରକ୍ତଦାନ ମହତ ଦାନ । ଏହି ଲକ୍ଷ୍ୟରେ ଦିନେ ଅନ୍ୟମାନଙ୍କୁ ରକ୍ତଦାନ କରୁଥିଲେ । ସାଙ୍ଗମାନଙ୍କ ସହ ମିଶି ରକ୍ତ ଶିବିରର ମଧ୍ୟ ଆୟୋଜନ କରୁଥିଲେ । ଆଜି କିନ୍ତୁ ଜୀବନ ସହ ଲଢ଼ୁଛନ୍ତି । ନୟାଗଡ଼ ଜିଲ୍ଲାର ଯୁବକ ଅମୂଲ୍ୟ । କରୋନାରେ ପିଡିତ ହୋଇଛନ୍ତି । ଏବେ ତାଙ୍କର ଇକମୋ ଚିକିତ୍ସା ଆବଶ୍ୟକ ରହିଥିବା କହିଛନ୍ତିି ଡାକ୍ତର । ମଧ୍ୟବିତ ପରିବାରର ଯୁବକଙ୍କ ଲାଗି ଏତେ ଟଙ୍କା ସଂଗ୍ରହ କରିବା ପରିବାର ଲାଗି କଷ୍ଟସାଧ୍ୟ ପାଲଟି ଯାଇଛି । ଶେଷରେ ସମସ୍ତଙ୍କ ସହଯୋଗ ଲୋଢ଼ିଛନ୍ତି ପରିବାର ।

ନୟାଗଡ଼ ସହର ବାରମାସୀ ଦଣ୍ଡାରେ ରୁହନ୍ତି ଅମୂଲ୍ୟଙ୍କ ପରିବାର । ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର । ଅମୂଲ୍ୟ କମ୍ପୁଟର ସଜାନ୍ତି । ଇକମୋ ଚିକତ୍ସା ଲାଗି କୋଟିଏ ଟଙ୍କାର ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା କେଉଁଠୁ ବା ଆସିବ । ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବାପା, ମା, ଭାଇ ଏବେ ହୋମ ଆଇସୋଲେସନରେ ଅଛନ୍ତି । ସେପଟେ ବାପଘରେ ଆଇସୋଲେସନରେ ରହି ସ୍ୱାମୀଙ୍କ ଲାଗି ସହଯୋଗ ଲେଢ଼ୁଛନ୍ତି ସ୍ତ୍ରୀ ମଧୁସ୍ମିତା ।

ଅମୂଲ୍ୟଙ୍କ ୩ବର୍ଷର ଗୋଟିଏ ଝିଅ ଅଛି । ଯିଏକି ବାପାଙ୍କ ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଛି । ପରୋପକାର ଅମୂଲ୍ୟ ନୟାଗଡ଼ ସହରରେ ବେଶ ଜଣାଶୁଣା । ସବୁବେଳେ ଅନ୍ୟକୁ ସହଯୋଗ କରି ଆସୁଥିବା ଅମୂଲ୍ୟଙ୍କ ସହଯୋଗ ଲାଗି ଆଜି ପରିବାର ସମସ୍ତଙ୍କ ସହଯୋଗ ଲୋଢ଼ିଛନ୍ତି । ଏଣୁ ଆପଣମାନେ ତାଙ୍କୁ ସହଯୋଗ କରନ୍ତୁ ବୋଲି ଆମେ ଆଶା କରୁଛୁ । ଆପଣଙ୍କ ଛୋଟିଆ ସହଯୋଗ ଜଣେ ପରୋପକାରୀ ମଣିଷର ଜୀବନ ଫେରାଇ ଦେବ । ଯଦି ଆପଣ ସହଯୋଗ କରିବା ଲାଗି ଚାହାଁନ୍ତି …
ମଧୁସ୍ମିତା ଲେଙ୍କା
ଆକାଉଣ୍ଟ ନମ୍ବର – ୩୩୬୮୧୦୧୦୦୮୦୪୫
କାନାରା ବ୍ୟାଙ୍କ
ଆଇଏଫଏସସି କୋଡ୍- ସିଏନଆରବି୦୦୦୩୩୬୮
ଫୋନ୍ ପେ ନମ୍ବର- ୯୫୮୩୧୧୧୬୧୦

Share

Leave a Reply

Your email address will not be published. Required fields are marked *

thirteen − eight =