୨୯ରେ ନବୀନ ନେବେ ଶପଥ

ଭୁବନେଶ୍ୱର,୨୪ା୫(): ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଦଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଇସ୍ତଫାପତ୍ର ପଠାଯାଇଥିଲା । ରାଜ୍ୟପାଳ ଇସ୍ତଫା ଗ୍ରହଣ କରିବା ପରେ ରାଜ୍ୟପାଳ ଆସନ୍ତା ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଆସନ୍ତା ରବିବାର ପୂର୍ବାହ୍ନରେ ଦଳର ସାଂସଦମାନେ ନବୀନ ନିବାସରେ ମୁୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଓ ଅଭିନନ୍ଦନ ଜଣାଇବେ । ସେହିଦିନ ଅପରାହ୍ନରେ ଓଡିଶା ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିିଛି । ଏହି ବୈଠକରେ ସର୍ବସମ୍ମତ କ୍ରମେ ନବୀନ ପଟ୍ଟନାୟକଙ୍କୁ ବିଜେଡି ବିଧାୟକ ଦଳର ନେତା ଭାବେ ମନୋନୀତ କରାଯିବ । ତଦନୁଯାୟୀ ରାଜ୍ୟପାଳଙ୍କ ନିକଟରେ ଆସନ୍ତା ୨୯ ତାରିଖରେ ଶପଥ ଗ୍ରହଣ ପାଇଁ ସମୟ ମଗାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ଜଣିଆ ମନ୍ତ୍ରୀ ପରିଷଦ ବି ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଅ ।ରମ୍ଭ ହୋଇଛି ହିସାବ ନିକାସ । କେଉଁ ଦଳର ଭୋଟ ହାର କେତେ ବଢିଲା ବା କମିଲା ଏବଂ ଏଥିପାଇଁ କେଉଁ ରାଜନୈତିକ ସମୀକରଣ ଦାୟୀ । ତାକୁ ନେଇ ତର୍ଜମା ଚାଲିଛି । ଯଦିଓ ବିଜେପିର ଭୋଟ ହାର ଗତ ନିର୍ବାଚନ ତୁଳନାରେ ପ୍ରାୟ ୧୪ ପ୍ରତିଶତ ବଢିଛି, ବିଜେଡି ଭୋଟ ହାର କିନ୍ତୁ ସ୍ଥିର ।

୨୦୧୪ ଓ ୨୦୧୯ ଭୋଟର ଫଳାଫଳକୁ ଦେଖିଲେ ବିଜେଡିର ଭୋଟ ହାରରେ ବିଶେଷ ପରିବର୍ତନ ହୋଇନି । ୨୦୧୪ର ବିଜେଡି ପ୍ରାୟ ୪୪ ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର ମଧ୍ୟ ଭୋଟ ହାର ସେହି ସମାନ ରହିଥିଲେ ବି ବିଧାନସଭାରେ ବିଜେଡି ଗତ ଥର ଅପେକ୍ଷା ୫ଟି ଓ ଲୋକସଭାରେ ୮ଟି ଭୋଟ ହରାଇଛି । ଦଳର ବହୁ ହେଭିୱେଟ ନେତା ଚିତପଟାଙ୍ଗ ମାରିଛନ୍ତି । ସେପଟେ ବିଜେପିର ଭୋଟ ହାର ୨୦୧୪ରେ ୧୮ ପ୍ରତିଶତ ଥିବା ବେଳେ ଏଥର ଏହା ୩୨ ପ୍ରତିଶତକୁ ବଢଛି । କିନ୍ତୁ କଂଗ୍ରେସର ଭୋଟର ହାର ୨୫ ପ୍ରତିଶତରୁ ୧୬ ପ୍ରତିଶତକୁ ହ୍ରାସ ପାଇଛି । ଜେଏମଏମ ଶୂନ ଦଶମିକ ୪୬ ପ୍ରତିଶତ, ସିପିଅ ।ଇ ଓ ସିପିଏମ ଶୂନ ଦଶମିକ ୪୨ ପ୍ରତିଶତ ଏବଂ ନୋଟାରେ ୧.୦୫ ପ୍ରତିଶତ ଭୋଟ ଯାଇଛି ।

ଏକଦା କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଆସନରେ ଥିବା ବେଳେ ଏବେ ଏହି ଦଳ ଓଡିଶା ରାଜନୀତିରୁ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । କଂଗ୍ରେସର ଭୋଟର ହାର ୨୦୦୦ ମସିହା ପରଠାରୁ କମି କମି ୧୬ ପ୍ରତିଶତରେ ପହଞ୍ôଚଛି ।ଫଳରେ ଗତ ବିଧାନସଭାରେ ୧୬ଟି ଅ ।ସନ ପାଇଥିବା କଂଗ୍ରେସର ଅ ।ସନ ସଂଖ୍ୟା ଏଥର ମାତ୍ର ୯ଟିରେ ସୀମିତ ରହିଲା । ଦଳର ବହୁ ବରିଷ୍ଠ ଓ ଅନୁଭବି ନେତା ଏପରିକି ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିର୍ବାଚନ ଜିତିପାରିଲେ ନାହିଁ । ଜାତୀୟସ୍ତରରେ କଂଗ୍ରେସ ଯେଉଁ ଭଳି ଦେଶବାସୀଙ୍କ ନିକଟରେ ନିଜର ଗ୍ରହଣୀୟତା ଓ ବିଶ୍ୱାସନୀୟତା ହରାଉଛି ଓଡିଶାରେ ସେହିଭଳି ଏହି ସର୍ବପୂରାତନ ଦଳକୁ ଓଡିଶାବାସୀ ଅ ।ଉ କ୍ଷମତାସୀନ କରିବାକୁ ଚାହୁଁନାହାଁନ୍ତି ।

କେବଳ ଏତିକି ନୁହେଁ, ବହୁ ଅ ।ସନରେ କଂଗ୍ରେସ ପ୍ରାର୍ଥୀ ଲଢେଇ ସ୍ଥିତିକୁ ଆସିପାରିନାହାଁନ୍ତି । ଲୋକସଭାରେ ମଧ୍ୟ କିଛି ଆସନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି । ବିଧାନସଭାରେ କଂଗ୍ରେସ ଜିତିଥିବା ୯ଟି ଆସନକୁ ଛାଡିଦେଳେ ଅନ୍ୟ ସବୁ ଅ ।ସନରେ ବିଜେପି ଦ୍ୱିତୀୟରେ ରହିଛି । ୨୩ ଅ ।ସନ ପାଇ ପ୍ରଥମ ଥର ପାଇଁ ବିଜେପି ଓଡିଶାରେ ବିରୋଧୀ ଦଳ ଭୂମୀକାକୁ ଓହ୍ଲାଇବ । କଂଗ୍ରେସ ଓ ବିଜେଡିର ଥଇଥାନ ଶିବିର ପାଲଟିଥିବା ବିଜେପି ଏବେ ଓଡିଶାରେ କଂଗ୍ରେସର ଦ୍ୱିତୀୟ ରୂପ ଭାବେ ଉଭା ହୋଇଛି ବୋଲି କହିଛନ୍ତି କିଛି ବିଜେଡି ନେତା ।

Share

Leave a Reply

Your email address will not be published. Required fields are marked *

14 − 2 =