8 ଟଙ୍କା ଦେଇ ଟିକେଟ କାଟି ବସରେ ଗଲେ ମୁଖ୍ୟମନ୍ତ୍ରୀ

  • ଏଣିକି କଣ୍ଟକ୍ଟର ନୁହେଁ ଗାଇଡ୍ କୁହାଯିବେ

  • 50 ପ୍ରତିଶତ ମହିଳା ଗାଇଡ୍ ନୁଯୁକ୍ତି ପାଇବେ

ଭୁବନେଶ୍ଵର (): ସାଧାରଣ ଲୋକଙ୍କ ସହ ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକଙ୍କ ସହ ଯୋଡି ହେବା ସହ ବସ ଯାତ୍ରାର ଆନନ୍ଦ ବି ନେଲେ ନବୀନ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ବିନା ସୁରକ୍ଷାରେ ସାଧାରଣ ନାଗରିକଙ୍କ ଭଳି ସାଧାରଣ ଲୋକଙ୍କ ସହ ବସରେ ଯାତ୍ରା କଲେ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରୁ ଓଡିଶା ବିଧାନସଭା ଯାଏ ।

‘ମୋ ବସ୍‌’ ସେବାକୁ ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଧାନସଭା ଆଡ଼କୁ ଯାତ୍ରା ପାଇଁ ଇଚ୍ଛା କରିଥିଲେ। ଏହିକ୍ରମରେ ସେ ନୂଆକରି ଚାଲିବାକୁ ଥିବା ଏକ ବସ୍‌ରେ ବସି କଣ୍ଡକ୍ଟରକୁ ୧୦ ଟଙ୍କିଆ ନୋଟ୍‌ ଟିକେଟ୍‌ ବାବଦରେ ଦେଇଥିଲେ। ସେଥିରୁ ଆଠ ଟଙ୍କା ଭଡ଼ା ରଖି ସମ୍ପୃକ୍ତ କଣ୍ଡକ୍ଟର ଅବଶିଷ୍ଟ ଦୁଇ ଟଙ୍କା ଓ ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ବଢାଇଦେଲେ। ତା’ ପରେ ଯାତ୍ରୀଙ୍କ ମନରେ ଉତ୍ସାହ ଆରମ୍ଭ ହୋଇଯାଇଥିଲା। ଅନେକ ଯାତ୍ରୀ ତାଙ୍କ ସଙ୍ଗେ ସେଲ୍ଫି ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ତାହାକୁ ଅନୁମତି ମଧ୍ୟ ଦେଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସେଲ୍ଫି ଉଠାଇବା ପାଇଁ ପ୍ରତିବନ୍ଧକ ସାଜିବାକୁ ବସରେ ନଥିଲେ ସୁରକ୍ଷା କର୍ମୀ ।

ମୋବାଇଲ୍‌ ଆପ୍‌ ସଂଯୁକ୍ତ ଜିପିଏସ୍‌ ପରିଚାଳିତ ‘ମୋ ବସ୍‌’ ସେବାରେ ନିଯୁକ୍ତ କଣ୍ଡକ୍ଟରମାନଙ୍କୁ ଏଣିକି ଗାଇଡ୍‌ ଭାବେ ଡକାଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯାତ୍ରା ଅବସରରେ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏହି ବସ୍‌ ସେବାରେ ୫୦ ପ୍ରତିଶତ ମହିଳା ଗାଇଡ୍ ବି ନିଯୁକ୍ତ ହେବେ।

ମୁଖ୍ୟମନ୍ତ୍ରୀ ବସରେ ଯାତ୍ରା କରିବା ଦେଖି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ମଧ୍ୟ ବସରେ ଯାତ୍ରା କରିଥିଲେ ।

Share

Leave a Reply

Your email address will not be published. Required fields are marked *

four × four =