27 ତାରିଖ ରାତି 9ଟା, ନ୍ୟାସନାଲ ଜୋଗ୍ରାଫିରେ ନବୀନ କହିବେ ବାତ୍ୟା ଅନୁଭୂତି

ଭୁବନେଶ୍ୱର () ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ ସହ ଧନ ଜୀବନ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଛି। ଓଡିଶାର ବାତ୍ୟା ମୁକାବିଲା ଅନ୍ୟ ରାଜ୍ୟ ଓ ଦେଶ ପାଇଁ ମଡେଲ ହୋଇଛି । ରାଜ୍ୟ ସରକାରଙ୍କ ଏହି ମଡେଲ ଓ ମୁକାବିଲା ମଦେଲକୁ ନେଇ ନ୍ୟାସନାଲ ଜୋଗ୍ରାଫି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା 27 ତାରିଖ ରାତି 9ଟାରେ ଏହା ନ୍ୟାସନାଲ ଜୋଗ୍ରାଫି ଚ୍ୟାନେଲରେ ପ୍ରସାରିତ ହେବ ।

Share

Leave a Reply

Your email address will not be published. Required fields are marked *

three × 3 =