ସୁରତ ସହ ଆବେଗପୂର୍ଣ୍ଣ ସଂପର୍କ ଯୋଡିବେ ନବୀନ

ଭୁବନେଶ୍ବର () ସୁରତରେ ରହୁଥିବା ଓଡିଶା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାନ୍ଧିବେ ଆବେଗପୂର୍ଣ୍ଣ ସଂପର୍କ । ଓଡିଶାରୁ ପ୍ରାୟ 7 ଲକ୍ଷ ଲୋକ ସୁରତରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଂଜାମ ଜିଲ୍ଲାର । ସେମାନେ ମୁଖ୍ୟତଃ ବିଭିନ୍ନ ସୁତା କଳ ଓ କପଡା ତିଆରି କାରଖାନାରେ କାମ କରୁଛନ୍ତି ।

ସୁରତରେ ରହୁଥିବା ପ୍ରବାସୀ ଓଡିଆଙ୍କ ଦ୍ବାରା ଆୟୋଜିତ ଓଡିଆ ସମ୍ମିଳନୀରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ସୁରତ ଗସ୍ତ କରିବେ । ଆଉ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନରେ ପ୍ରଥମେ ଅହମଦାବାଦ ଗସ୍ତ କରିବେ । ସେଠାରେ ସତ୍ୟସାଇ ହାର୍ଟ ହସପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ସୁରତ ଯାତ୍ରା କରିବେ ।

ସେଠାରେ ସନ୍ଧ୍ୟା 7ଟାରେ ଓଡିଆ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସମ୍ବୃଦ୍ଧି କଳା ସଂସ୍କୃତିର ପ୍ରଦର୍ଶନ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ସୁତର ଓଡିଆଙ୍କୁ ସୂଚନା ଦିଆଯିବ ।

ସୁରତ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରରୁ ସୁରତକୁ ଦୈନିକ ଦୁଇଟି ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବି କରିଛନ୍ତି । ଏଥିସହିତ ଭୁବନେଶ୍ବରରୁ ସୁରତ ସିଧାସଳଖ ବିମାନ ସେବା ପାଇଁ ମଧ୍ୟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିସହିତ ସୁରତରେ ଓଡିଆ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ପାଇଁ ଗୁଜୁରାଜ ମୁଖ୍ୟମନ୍ତ୍ରୀଙ୍କୁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 5 =