ଐତିହ୍ୟ ପ୍ରକଳ୍ପର ସମୀକ୍ଷା କଲେ, ଶ୍ରୀମନ୍ଦିର ଚାରିପଟେ ଚାଲିଚାଲି ବୁଲିଲେ ମୁଖ୍ୟମନ୍ତ୍ରୀ

ପୁରୀ ()ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଂହଦ୍ୱାର ସାମନାରେ ଠିହାହୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁରୀ ଗସ୍ତ କରିଥିଲେ । ସାଙ୍ଗରେ ଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସହ ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଥିଲେ ।

କରୋନାରେ ଦୀର୍ଘ ୭ ମାସ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ସିଧା ବାହାରିଥିଲେ ପୁରୀ  । ଲକ୍ଷ୍ୟ ଥିଲା ଶ୍ରୀକ୍ଷେତ୍ରରେ ପହଞ୍ଚି ବିକାଶମୂଳକ କାମର ତଦାରଖ କରିବା  । ସାଙ୍ଗରେ ଥିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ  । ଅପରାହ୍ନ ୫ଟା ପାଖାପାଖି ସମୟରେ ମୁଖ୍ୟମନ୍ତ୍ରୀ ସିଧା ପହଞ୍ଚିଥିଲେ ସିଂହଦ୍ବାର ସମ୍ମୁଖରେ  । ଏହାପରେ ଶ୍ରୀମନ୍ଦିର ଚାରିକଡେ ଚାଲିଥିବା ୭୫ ମିଟର ଉଚ୍ଛେଦ କାମ କେତେ ବାଟ ଆଗେଇଲା ସେ ନେଇ ସମୀକ୍ଷା କରିଥିଲେ  । ମୁଖ୍ୟମନ୍ତ୍ରୀ ସିଂହଦ୍ବାରରୁ ବୁଲିବା ଆରମ୍ଭ କରି ବାକି ତିନି ଦ୍ବାର ବୁଲିବା ସହ ପ୍ରକଳ୍ପ କାମ ବିଷୟରେ ପଚାରି ବୁଝିଥିଲେ  ।

ମୁଖ୍ୟମନ୍ତ୍ରୀ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପର ସମୀକ୍ଷା କରିଥିଲେ  ।  ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଶ୍ରୀମନ୍ଦିର ଚାରିକଡେ କିପରି ବଯସ୍କ ଓ ଭିନ୍ନକ୍ଷମ କିପରି ବୁଲାଚଲା କରିପାରିବେ ସେ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ସିଂହଦ୍ବାର ସମ୍ମୁଖରେ କିପରି ସହଜ ଯାତାୟତ ହେବ ସେନେଇ ପରାମର୍ଶ ଦେବା ସହିତ ମେଘନାଦ ପାଚେରି ଦକ୍ଷିଣ ପାର୍ଶ୍ବରେ ଟ୍ରି-ସେଡ କରିବାକୁ କହିଛନ୍ତି  । ଉତ୍ତର ପାର୍ଶ୍ବରେ କିପରି ଏକାଠି ଅଧିକ ଲୋକ ଏକସାଙ୍ଗରେ ପ୍ରସାଦ ସେବନ କରିପାରିବେ ସେ ନେଇ ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଜାନୁଆରୀରେ 590 କୋଟିର 7ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ  । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି  । ଆଗକୁ ମୋଟ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର  । ଜେଲରୋଡ ଓ ମୁନିସିପାଲିଟି ମାର୍କେଟର ଏକ୍ସଟେନସନ କାମ ଆରମ୍ଭ ହୋଇଯାଇଛି  । ଏହାସହ ପ୍ରସ୍ତାବିତ ଶ୍ରୀସେତୁ, ମହାବୋଧି ମାର୍କେଟ, ମୂଷା ନଈର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ରିଷନ କୁମାର  ।

କରୋନା ଯୋଗୁଁ ପୁରୀରେ ସାତ ମାସ ଧରି ପ୍ରକଳ୍ପ କାମ ବନ୍ଦ ରହିଥିଲା  । କଟକଣା କୋହଳ ହେଲା ପରେ ଏବେ ହେରିଟେଜ ବିକାଶ କାମ ଦ୍ରୁତଗତିରେ ଆଗେଇ ଚାଲିଛି  । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା  । ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଡଗ ସ୍କ୍ବାଡ, ବମ ସ୍କ୍ବାଡ ମୁତୟନ ହୋଇଥିଲା  ।

Share

Leave a Reply

Your email address will not be published. Required fields are marked *

four × five =