ଗଂଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର (): ଗଞ୍ଜାମ ଜିଲ୍ଲପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚାଷୀଙ୍କ ସହ ମିଶି ଧାନ ରୋଇବା ଓ ଧାଡିରୁଆର ଉପାଦେୟତା ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ଜିଲ୍ଲାପାଳଙ୍କ ଉତ୍ସର୍ଗୀକୃତ ସେବାର ପରିଚୟ ବୋଲି ନବୀନ କହିଛନ୍ତି । ଲୋକଙ୍କ ନିକଟତର ହୋଇ ସେମାନଙ୍କ ସୁବିଧା ପାଇଁ ସମର୍ପଣ ଭାବ ନେଇ କାମ କରୁଥିବାରୁ ଜିଲ୍ଲାପାଳଙ୍କୁ ମୋର ସାଧୁବାଦ ବୋଲି ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଖଲ୍ଲିକୋଟ୍ ବ୍ଳକ୍ ମଥୁରା ପଞ୍ଚାୟତର ଭରଷା ଗ୍ରାମରେ ପହଞ୍ଚି ଧାଡି ରୁଆ ଚାଲିଥିବାବେଳେ ସେଠାରେ ପହଞ୍ଚିଥିଲେ । ଚାଷୀମାନଙ୍କ ସହ କଥା ହେବା ସହ ଚାଷୀଙ୍କୁ ଧାଡି ରୁଆ ସମ୍ପର୍କରେ ସଚେତନ କରିଥିଲେ । ଏହାପରେ ନିଜେ ଜିଲ୍ଲାପାଳ ବିଲ ମଧ୍ୟକୁ ଓହ୍ଲାଇଥିଲେ । ଆଉ ଚାଷୀଙ୍କ ସହ ନିଜେ ମଧ୍ୟ ଧାନ ରୋଇଥିଲେ । ଜିଲ୍ଲାପାଳ ଧାନବିଲରେ ଧାନ ରୋଇବା ଜିଲ୍ଲାର ସମସ୍ତ କୃଷକଙ୍କୁ ଉତ୍ସାହିତ କରିଥିଲା ।

ସଂପୃକ୍ତ ଅଞ୍ଚଳରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ୍ ଦ୍ବାରା ୫୦ ହଜାର ହେକ୍ଟର ଜମିକୁ ଧାଡି ରୁଆ ପାଇଁ ସରକାର ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଧାନ ରୋଉଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

two × 1 =