ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ଦୁଇ ମହାପୁରୁଷଙ୍କ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁରଙ୍କ ଜୟନ୍ତୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱଟର ହ୍ୟାଣ୍ଡେଲରେ ଶାସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି, ଜୟ ଯବାନ, ଜୟ କିଷାନ ଭଳି ତାଙ୍କର ସ୍ୱର୍ଣ୍ଣିମ ଶବ୍ଦ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ସେପଟେ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି, ଗାନ୍ଧିଜୀଙ୍କ ଅହିଂସା ପରି ଅମର ଓ ଅକ୍ଷୟ ନୀତି ପ୍ରତି ନିଷ୍ଠାକୁ ସୁଦୃୃଢ କରିବା ସହ ଲୋକଙ୍କ ମଧ୍ୟରେ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରସାର କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

2 × 2 =