ମୀରବାଇଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମିରାବାଇ ଚାନୁ । ଭାରୋଉତ୍ତୋଳନରେ ରୋପ୍ୟ ପଦକ ପାଇଛନ୍ତି ଚାନୁ । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ ଚାନୁ ରୋପ୍ୟ ପଦକ ଜିତିଛନ୍ତି । ଯାହାକି ଭାରତ ଲାଗି ଚଳିତ ଅଲମ୍ପିକର ପ୍ରଥମ ପଦକ । ସେ ୪୯ କେଜିରେ ଜିତିଲେ ରୌପ୍ୟ ପଦକ । ଯାହାକି ଭାରତ କଲାଗି ଏକ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ସଫଳତା ଲାଗି ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ।

Share

Leave a Reply

Your email address will not be published. Required fields are marked *

2 × 3 =