ଓଡ଼ିଶାକୁ ଅଧିକ ଟିକା ଆବଣ୍ଟନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: କୋଭିଡ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟିକା ଯୋଗାଣ କୋଟା ଅନୁସାରେ ରାଜ୍ୟରେ ଘରୋଇ ହସପିଟାଲ ନାହିଁ । ଏଥିପାଇଁ ୯୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଘରୋଇ ହସପିଟାଲର ଟିକା କୋଟାରୁ ୨୦ ପ୍ରତିଶତ ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ପ୍ରସ୍ତାବ ବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ କିଛି ସପ୍ତାହ ଧରି ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିଛି ଉପକୂଳରେ ଜିଲ୍ଲାରେ ସଂକ୍ରମଣ ଏବେ ବି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ନବୀନଙ୍କ ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭି ସ୍ଥିତି ଉପରେ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

twelve + five =