ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୁନ୍ଦର ଫଟୋକୁ ସେୟାର କଲେ ମୁଖ୍ୟମନ୍ତ୍ରୀ, ଫଟୋଗ୍ରାଫରଙ୍କୁ କଲେ ପ୍ରଂଶସା

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶ୍ରୀମନ୍ଦିର ଉପରେ ମେଘମାଳ ଭିତରୁ ଆଚ୍ଛାଦିତ ସୂର୍ଯ୍ୟ କିରଣ ରହିଛି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋଟିକୁ ନିଜର ଷ୍ଟାଟସରେ ରଖୁଥିବା ବେଳେ କେହି କେହି ଫେସବୁକ ଓ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି । ତେବେ ଏହି ମନୋରମ ଫଟୋଟିକୁ ଫଟୋଗ୍ରାଫର ସମରେନ୍ଦ୍ର ଦାସ ଉଠାଇଛନ୍ତି । ସେ ପ୍ରଥମେ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ପରେ ପରେ ଏହି ଫଟୋଟି ଭାଇରାଲ ହେବାରେ ଲାଗିଥିଲା । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ଫଟୋଟିକୁ ସେୟାର କରିବା ସହ ଫଟୋଗ୍ରାଫରଙ୍କୁ ପ୍ରଂଶସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =