ଭାରତୀୟ ଟିମର ବିଜୟ, ନବୀନଙ୍କ ଶ୍ରେୟ

ଭୁବନେଶ୍ୱର () ଟୋକିଓରେ ଭାରତୀୟ ହକି ଟିମର ବିଜୟର ସମ୍ପୁର୍ଣ୍ଣ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଯେଉଁ ସମୟରେ ସାରା ଦେଶର ସବୁ ପ୍ରାୟୋଜକ ଭାରତୀୟ ହକି ଟିମର ହାତ ଛାଡିଦେଇଥିଲେ, ଓଡିଶା ମୁଖ୍ୟମନ୍ତ୍ରୀ ଉଭୟ ମହିଳା ଓ ପୁରୁଷ ଟିମର ହାତ ଧରିଥିଲେ । ୨୦୧୮ରେ ୫ ବର୍ଷ ପାଇଁ ଭାରତୀୟ ଟିମର ପ୍ରାୟୋଜକ ହୋଇଥିଲେ ଓଡିଶା ସରକାର । ଏବେ ଅଲମ୍ପିକ୍ସରେ ଭାରତୀୟ ଟିମକୁ ଯେଉଁ ସଫଳତା ମିଳୁଛି ତାର ଶ୍ରେୟ କେବଳ ଏବଂ କେବଳ ରାଜ୍ୟ ସରକାରଙ୍କର ।

ଆନ୍ତରିକତା ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏହାକୁ ନବୀନ ପ୍ରମାଣିତ କରିଦେଖାଇଛନ୍ତି । ଯେତେବେଳେ ଦେଶର ସବୁ ରାଜ୍ୟ କ୍ରିକେଟ ଓ ଫୁଟବଲ ପଛରେ ଗୋଡାଉଛନ୍ତି, ନବୀନ ଏକମାତ୍ର ରାଜନେତା ଯିଏ ହକିର ଏନ୍ତୁଡିଶାଳରୁ ହକିରୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଥିଲେ । ତାଙ୍କ ପ୍ରଚେଷ୍ଟାରୁ ଓଡିଶା ଏବେ ଅନ୍ୟତମ ସ୍ପୋର୍ଟସ ଡେଷ୍ଟିନେସନ ପାଲଟିଛି ।

ଏଥିପାଇଁ ଟ୍ୱିଟର ଟ୍ରେଣ୍ଡରେ ଛାଇଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଜର୍ମାନୀକୁ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ହରାଇବା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ – #ନବୀନ ପଟ୍ଟାନୟକ । ପ୍ରାୟ ୪ ଦଶନ୍ଧି ପରେ ଭାରତ ଅଲମ୍ପିକରେ ପଦକ ପାଇଛି । ଜର୍ମାନୀକୁ ହରାଇ ବ୍ରୋଞ୍ଜ ହାତେଇଛି ଭାରତ । ତେଣୁ ଟୋକିଓରେ ଭାରତୀୟ ହକି ଟିମର ସଫଳତା ପରେ ଓଡ଼ିଶା ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜଣାଉଛନ୍ତି । ୨୦୧୮ ମସିହାରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ବୁଝାମଣା ସ୍ୱାକ୍ଷର କରିଥିଲେ । ହକିର ସମସ୍ତ ଜାତୀୟ ଦଳ ଯଥା ଜୁନିୟର, ସିନିୟର ସହ ପୁରୁଷ ଓ ମହିଳା ଦଳ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ବୁଝାମଣା ଅନୁସାରେ ୨୦୨୩ ମସିହା ଯାଏଁ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ରହିବେ ।

୨୦୧୩ ମସିହାରୁ ଓଡ଼ିଶା ସରକାର ହକିକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ୨୦୧୩ରେ ହକି ଇଣ୍ଡିଆ ଲିଗ୍ (HIL) ଆୟୋଜନ ହୋଇଥିଲା । ରାଜ୍ୟର ୨ଟି ଶିଳ୍ପସଂସ୍ଥା ମିଶି କଳି୍ଗ ଲାନ୍ସର୍ସ ଫ୍ରାଞ୍ଚାଇଜ୍ ନେଇଥିଲେ । ୨୦୧୪ରେ ଓଡ଼ିଶା ହକି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିଥିଲା । ଏହା ପରେ ୨୦୧୭ରେ ଏବଂ ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନ କରିଥିଲା । ୨୦୨୩ରେ ହକି ବିଶ୍ୱକପ୍ ଭୁବନେଶ୍ୱର ସହ ରାଉରକେଲାର ଆୟୋଜନ କରିବ ଓଡ଼ିଶା ।

ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଆସିଛି । ନିର୍ବାଚନ ବେଳେ ନବୀନଙ୍କ ଡାଏଲଗ୍ ଆପଣ ମାନେ ଖୁସି ତ, ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ ପୁଣି ଥରେ ଏହି ଡାଏଲଗକୁ ମନେ ପକାଇଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । ଟୋକିଓରେ ହକି ଇଣ୍ଡିଆର ବିଜୟ ପରେ ଆପଣମାନେ ଖୁସି ତ ଲେଖି ରୁବେନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ସଂସଦରେ ମଧ୍ୟ ନବୀନଙ୍କ ପ୍ରଶଂସା କରିଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରୟଣ । ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇବା ସହ ପ୍ରାୟୋଜକ ଓଡିଶା ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧିନ ରାଜ୍ୟ ସରକାର ଉଭୟ ହକି ଟିମର ଦାୟିତ୍ବ ନେଇ ସାରା ବିଶ୍ବକୁ ଦେଇଛନ୍ତି ନୂଆ ମନ୍ତ୍ର ।

ଏଡିଟରଜୀର ସଂସ୍ଥାପକ ଟ୍ୱିଟ୍ କରି ଲେଖିଛନ୍ତି- ନବୀନ ଏମିତି ଜଣେ ରାଜନେତା ଯାହାଙ୍କୁ ନେଇ ଗର୍ବ କରି ହେବ । ହକିକୁ ଓଡ଼ିଶା ସରକାର କରିଥିବା ସହାୟତା ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଉଦାହରଣ । ଅନ୍ୟ ରାଜ୍ୟମାନେ ସହାୟତା ପାଇଁ ଆଗେଇ ଆସନ୍ତୁ ବୋଲି ଲେଖିଛନ୍ତି ବିକ୍ରମ ଚନ୍ଦ୍ର । ସେହିଭଳି ଜଣାଶୁଣା ସାମ୍ବାଦିକ ସାହିଲ ଯୋଶୀ ନବୀନଙ୍କୁ ପ୍ରଶଂସା କରି ଲେଖିଛନ୍ତି- ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ଖେଳରେ ବିଶ୍ୱାସ କରନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଦେଶର ଅନ୍ୟ ରାଜ୍ୟ ଗୋଟିଏ ଗୋଟିଏ ଖେଳକୁ ସହାୟତା ଯୋଗାଇ ଅଲମ୍ପିକ ମେଡାଲ ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ସଂଘୀୟ ବ୍ୟବସ୍ଥାରେ ଖେଳ ପ୍ରତି ଏହା ଭଲ ଆଭିମୁଖ୍ୟ ବୋଲି ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ସୁଗାତା ଶ୍ରୀନିବାସରାଜୁ ।

ଇଣ୍ଡିଆ ଟୁଡେର ସାମ୍ବାଦିକ ଶିବ ଆରୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ହକି ଟିମକୁ ନିରନ୍ତର ପ୍ରୋତ୍ସାହନ ଯୋଗାଇ ନବୀନ ବଡ଼ ପଦକ୍ଷେପ ନେଇଛନ୍ତି ।

ସେହିଭଳି କିର୍ତ୍ତୀ ଆଜାଦ, ସ୍ମିତା ପ୍ରକାଶ, ରାଜଦୀପ ସରଦେଶାଇ, ଅଂଶୁଲ ସକ୍ସେନା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଜାତୀୟ ଗଣମାଧ୍ୟମ ନବଭାରତ ଟାଇମ୍ସ ଲେଖିଛି- ‘ଯେତେବେଳେ ହକିର କେହି ସାହାରା ନଥିଲେ । ସେତେବେଳେ ସେ ଚୁପଚାପ୍ ହାତ ଧରିଥିଲେ ।

Share

Leave a Reply

Your email address will not be published. Required fields are marked *

10 − six =