ଆଜି ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ସ୍ୱାସ୍ଥ୍ୟକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ବିକାଶ ନକ୍ସାରେ ଯୋଡ଼ି ହେବ ବଲାଙ୍ଗୀର ଜିଲ୍ଲା । ଜିଲ୍ଲାର ୪ଲକ୍ଷ,୫୨ହଜାର ପରିବାର ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ । ସକାଳ ୧୦ଟା ୧୫ମିନିଟ ସମୟରେ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ଯୋଗ ଦେବେ । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ସେଠାରୁ ପାଟଣାଗଡ଼ ଓ ବଲାଙ୍ଗୀର ସଭାରେ ଯୋଗ ଦେବେ । ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର‌୍ୟ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ।

ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର‌୍ୟ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର‌୍ୟ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିବେ । ସେହିପରି ବଲାଙ୍ଗୀର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ, ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

Share

Leave a Reply

Your email address will not be published. Required fields are marked *

2 × five =