ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା-ପିଏମଜିକେଏୱାଇ ଅନ୍ତର୍ଗତ ଆସନ୍ତା ୮ ମାସ ପାଇଁ ଅତିରିକ୍ତ ଚାଉଳ ଆଂବଟନ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନସ୍ଥ ହିତାଧିକାରୀମାନଙ୍କ ମଧ୍ୟରେ ଏବା ବଂଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ମହାମାରୀ ବେଳେ ଚଳିତବର୍ଷ ମେ ମାସରୁ ନଭେମ୍ବର ଯାଏଁ ଏନଏଫଏସଏ ହିତାଧିକାରୀଙ୍କ ଲାଗି ପିଏମଜିକେଏୱାଇ ଅଧୀନରେ ମାଗଣା ଚାଉଳ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ପ୍ରାଥମିକତା ଭିତ୍ତିରେ ଏହି ଚାଉଳ ହିତାଧିକାରୀଙ୍କ ମଧ୍ୟରେ ବଂଟନ କରିସାରିଛି । ଓଡିଶା ମଧ୍ୟ ନିଜର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇଛି । ତେବେ କୋରୋନା ମହାମାରୀର ବିପଦ ସଂପୂର୍ଣ୍ଣ ଟଳି ନାହିଁ । ଏବେ ମଧ୍ୟ ପ୍ରାକ୍ ମହାମାରୀର ସ୍ୱାଭାବିକ ସ୍ଥିତି ଫେରି ନ ଥିବାରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷାର ଆବଶ୍ୟକତା ଦେଖାଦେଇଛି । ଏ ଦୃଷ୍ଟିରୁ ଅନ୍ତତଃ ଆଗାମୀ ୮ ମାସ ପାଇଁ ପିଏମଜିକେଏୱାଇ ଅନ୍ତର୍ଗତ ଅତିରିକ୍ତ ଚାଉଳ ଆବଂଟନ ପାଇଁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିିଠିରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + twenty =