ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଚଳତ ବର୍ଷ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ । ଜନ୍ମଦିନ ପାଳନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅନୁରୋଧ କରି କହିଛନ୍ତି ମୋ ଜନ୍ମଦିନରେ ନବୀନ ନିବାସ ନଆସି ଅନାଥାଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରନ୍ତୁ । ଚଳିତ ବର୍ଷ ଫନୀ ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଛି । ଏହି ପରିପ୍ରେଷୀରେ ଆସନ୍ତାକାଲି ମୋ ଜନ୍ମଦିନ ପାଳନ ନ କରିବାକୁ ମୁଁ ନିଷ୍ପତ୍ତି ନେଇଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଓଡିଶାବାସୀ ହେଉଛନ୍ତି ମୋର ପରିବାର । ଓଡିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି । ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ ପ୍ରେରଣା ।

ମୁଁ ବହୁତ ଖୁସି ଯେ ଆସନ୍ତାକାଲି ସାରା ରାଜ୍ୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତାସହ ମୁଖ୍ୟମନ୍ତ୍ରୀ ନିଜ ଦଳର କର୍ମୀ ଭାଇଭଉଣୀ ଏବଂ ଶୁଭେଚ୍ଛୁ ମାନଙ୍କୁ ନିବେଦନ କରିଛନ୍ତି ଯେ ମୋତେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱର ବା ନବୀନ ନିବାସ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍କୁଲ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ । କେବଳ ମୋ ଜନ୍ମଦିନରେ ନୁହେଁ ଆପଣଙ୍କ ଜୀବନର ସବୁ ସ୍ମରଣୀୟ ଦିନ ମାନଙ୍କରେ ନିଜ ପରିବାର ଓ ପିଲାମାନଙ୍କ ସହ ଏହି ଅନାଥାଶ୍ରମ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ପାଇଁ କିଛି କରନ୍ତୁ ।

ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କରିବେ ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ ।

ଆପଣଙ୍କୁ କହିରଖୁ ଯେ ଗତ ବର୍ଷ ମଧ୍ୟ ‘ତିତିଲି’ ପାଇଁ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ କରିନଥିଲେ ।

Share

Leave a Reply

Your email address will not be published. Required fields are marked *

18 − fifteen =