ଲୋକସେବା ଭବନର ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ଉଦଘାଟନ ହେଲା ଲୋକସେବା ଭବନର ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ । ସମ୍ମିଳନୀ କକ୍ଷକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଅତ୍ୟାଧୁନିକ ଲାଇବ୍ରେରି ଏବଂ ଏଠାରେ ଥିବା ଫୁଡ଼ ପ୍ଲାଜାରେ ଥରକରେ ୧୦୦ ଜଣ ବସିବା ଭଳି ସୁବିଧା ରହିଛି । ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ୟ୍ୟର ଝଲକ ଏଠାରେ ଦେଖିବାକୁ ମିଳିଛି । ଏହି ସମ୍ମିଳନୀ କକ୍ଷ ଇକୋ ଫ୍ରେଣ୍ଡଲି, ସୌରଶକ୍ତି ଦ୍ୱାରା ପରିଚାଳିତ ହୋଇଛି । ଭିଡ଼ିଓ ଦେଖିବାକୁ କାନ୍ଥରେ ଏଲଇଡ଼ି ସୁବିଧା ରଖାଯାଇଥିଲା । ୪୦ କୋଟି ଟଙ୍କା ବ୍ୟୟରେ ଦୀର୍ଘ ଅଢ଼େଇ ବର୍ଷ ହେଲା ଏହାର ନିର୍ମାଣ କାର୍ୟ୍ୟ ଚାଲିଥିଲା । ଏବେ ଏହି କନଭେନସନ୍ ସେଂଟରର ଉଦଘାଟନୀ ଉତ୍ସବ ଶେଷ ହୋଇଛି ।

ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ୟ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। କନଭେନସନ୍ ସେଣ୍ଟରଟି ଇକୋ ଫ୍ରେଣ୍ଡଲି ହେବା ସହ ସୌର ଶକ୍ତିରେ ଚାଲିବା ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁ ଦୃଷ୍ଟିରୁ ଯେପରି କନଭେନସନ୍ ସେଣ୍ଟର ଆକର୍ଷଣୀୟ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପଛ ପାର୍ଶ୍ୱରେ ୫୧୮୦ ବର୍ଗମିଟର ଅଞ୍ଚଳରେ ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନିର୍ମାଣ ହୋଇଛି।

ଏହା ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ତଳ ମହଲାରେ ପ୍ରବେଶ ଲବି ସହ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି। ଏହା କାର୍ୟ୍ୟକ୍ଷମ ହେଲେ ସରକାର ତାଙ୍କର ସମସ୍ତ ସରକାରୀ କାର୍ୟ୍ୟକ୍ରମ ଏଠାରେ କରିବେ। ଆଉ ତାରକା ହୋଟେଲ ଭଡ଼ା ନେବାକୁ ପଡ଼ିବନି। ଏହାବାଦ୍ ତଳ ମହଲାରେ ଗୋଟିଏ ୮୦ରୁ ୯୦ ସିଟ୍ ବିଶିଷ୍ଟ ବକ୍ବେଟ୍ ହଲ୍ ରହିଛି। ଗୋଟିଏ ୬୦ଜଣ ବସିବା ଭଳି ଲବି ଏବଂ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ୍ ରହିଛି।

ସେହିପରି ଉପର ମହଲାରେ ୧୦୩ସିଟ୍ ବିଶିଷ୍ଟ କନଫରେନ୍ସ ହଲ୍ ରହିବ। ଏହାବାଦ୍ ଦୁଇଟି ଛୋଟ ସମ୍ମିଳନୀ କକ୍ଷ ରହିବ। ଏଥିରୁ ଗୋଟିଏ ୩୦ସିଟ୍ ବିଶିଷ୍ଟ ଏବଂ ଆଉ ଗୋଟିଏ ୧୫ସିଟ୍ ବିଶିଷ୍ଟ ରହିବ। ଅତ୍ୟାଧୁନିକ ଲାଇବ୍ରେରି, ଦୁଇଟି ରୁମ୍, ୧୦୦ଜଣ ବସିବା ଭଳି ଫୁଡ୍ ପ୍ଲାଜା, କାର୍ୟ୍ୟାଳୟ ରହିବ।

Share

Leave a Reply

Your email address will not be published. Required fields are marked *

four × three =