ପ୍ରେରଣା ନବୀନ ପଟ୍ଟନାୟକ

ଭୁବନେଶ୍ୱର()  ସବୁକଷ୍ଟ ମଧ୍ୟରୁ ଦାନ୍ତ ବିନ୍ଧା ଯନ୍ତ୍ରଣା ସବୁଠୁ ଅଧିକ କଷ୍ଟଦାୟକ ମୋର ମନେ ହୁଏ ଏବଂ ଏହା ହଠାତ ଆସିଥାଏ। ଏଇ କିଛି ବର୍ଷ ପୂର୍ବରୁ ଦିନେ ସକାଳ ୯ଟା ପାଖାପାଖି ନବୀନ ନିବାସରୁ ଫୋନ୍ ଆସିଲା ଯେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ବିନ୍ଧା ହେଉଛି ରୁଟ୍ କେନାଲ୍ ଚିକିତ୍ସା (RCT)ପାଇଁ ସେ କ୍ୟାପିଟାଲ ହସ୍ପିଟାଲ ଯାଇପରନ୍ତି। ମୁଁ ସେହି ହିସାବରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କଲି; ଯେପରି ସେ ୧୦.୩୦ସୁଦ୍ଧା ସେଠାରେ ଥିବେ। ସବୁଦିନ ପରି ସେଦିନ ମଧ୍ୟ ସବୁ କାର୍ଯ୍ୟକ୍ରମ ଥିଲା। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୧୧.୩୦ରେ ମୁଖ୍ୟମନ୍ତ୍ରୀଙ୍କ କନ୍ଫରେନ୍ସ ହଲରେ ଗୋଟିଏ ସମୀକ୍ଷା ବୈଠକ ଥାଏ। ଏପରି ହଠାତ ଅସୁବିଧା ହେବା ପରେ ସନ୍ଧ୍ୟାର ଆପଏଣ୍ଟମେଣ୍ଟ ସମେତ ଏହି ବୈଠକକୁ ସ୍ଥଗିତ କରିବାକୁ ସ୍ଥିର କଲି।

ସେହି ହିସାବରେ କାର୍ଯ୍ୟାଳୟ ଆସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିବା ଆରମ୍ଭ କଲି। ମୁଁ ନିଶ୍ଚିତ ଥିଲି ଯେ ରୁଟ୍ କେନାଲ୍ ଚିକିତ୍ସା ପରେ ଜଣକୁ ଅତିକମରେ ଗୋଟିଏ ଦିନ ବିଶ୍ରାମ ଦରକାର। ଏହି ସମୟରେ ହସି ହସି ମନେ ପକାଉଥିଲି ମୋର ଆରସିଟି ପରେ ମୁଁ କିପରି ଦୁଇ ଦିନ କଲେଜ ବନ୍ଦ କରିଥିଲି।

ହେଲେ ମୋର ଏ ସୁଖଦ ସ୍ମୃତି ଭାଙ୍ଗିଗଲା ଗୋଟିଏ ମେସେଜରେ : ମୁଖ୍ୟମନ୍ତ୍ରୀଙ୍କ ଆରସିଟି ଶେଷ ହୋଇଛି। କ୍ୟାପିଟାଲ ହସ୍ପିଟାଲରୁ ବାହାରି ସଚିବାଳୟ(ବର୍ତ୍ତମାନ ଲୋକସେବା ଭବନ) ଯାଉଛନ୍ତି!

ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଜଣେ କିପରି ଦାନ୍ତ ଚିକିତ୍ସା ସାରି ସିଧା କାର୍ଯ୍ୟାଳୟ ଯାଇ ପାରେ! ମୋର ଆରସିଟି ପରର ସେ ଯନ୍ତ୍ରଣା ଓ ପାଟି ବଥା ଏବେ ବି ମନେ ଅଛି; ଯେତେବେଳେ ମୋତେ ମାତ୍ର ୨୦ବର୍ଷ ବୟସ ହୋଇଥିଲା।

ମୁଁ ସେ ଭାବନାରୁ ବାହାରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାରଙ୍କ ଫୋନ୍ ଆସିଲା। କହିଲେ, “ଆମେ ୧୧.୩୦ର ନିର୍ଦ୍ଧାରିତ ବୈଠକଗୁଡ଼ିକରେ ଅଂଶ ଗ୍ରହଣ କରିବା।”

ମୁଁ ତା’ ପରେ ସ୍ଥଗିତ ବୈଠକକୁ ପୁନଃ ଆୟୋଜନ କଲି ଏବଂ ସବୁଥର ପରି ମୁଖ୍ୟମନ୍ତ୍ରୀ ଘଣ୍ଟେରୁ ଅଧିକ ସମୟ ଧରି ସମୀକ୍ଷା ବୈଠକ କଲେ।

ବୈଠକ ଶେଷ ହେବା ପରେ ମୁଁ ସାରଙ୍କୁ କହିଲି, “ଆଜି ସକାଳେ ବିଶେଷ କରି ରୁଟ୍ କେନାଲ୍ ଚିକିତ୍ସା ଓ ଦାନ୍ତ ବଥା ପାଇଁ ଆପଣ ବିଶ୍ରାମ ନେଇଥିଲେ ଭଲ ହୋଇଥାନ୍ତା।” ସେ କିଛି ନହେବା ପରି କହିଲେ, ମୁଁ ଏ ଯନ୍ତ୍ରଣା ସହ୍ୟ କରି ପାରିବି, ତେବେ ସମୟ ନଷ୍ଟ କାଇଁ କରିବା ? ଏପରି ଆଉ କେହି ଥାଇପାରେ ଯାହାର କଷ୍ଟ ୟାଠୁ ବି ବହୁତ ଅଧିକ ହୋଇଥିବ ଏବଂ ଆମର ଏ ସମୟ ସେ ଆବଶ୍ୟକ କରୁଥିବ।”

“କାମ ହେଉଛି ଶ୍ରେଷ୍ଠ ପେନ୍ କିଲର୍, ମିଷ୍ଟର୍ ପାଣ୍ଡିଆନ୍”, କହି ସେ ହସିଦେଲେ।

ତାଙ୍କର ଏପରି କଥା ଶୁଣି ଆମେ ସମସ୍ତେ ନିଃଶବ୍ଦ ହୋଇଗଲୁ, ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ହସି ଆଗକୁ ଚାଲିବାକୁ ଲାଗିଲେ।

Share

Leave a Reply

Your email address will not be published. Required fields are marked *

18 + six =