ପ୍ରତିଶ୍ରୁତି ରକ୍ଷା କଲେ ନବୀନ, ପ୍ରଥମ ଦିନରେ 25 ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା

ଭୁବନେଶ୍ବର () କୌଣସି ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ ପଡିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ତଦନୁଯାୟୀ ରାଜ୍ୟ କ୍ୟାବିନେଟ ଆଜି କାଳିଆର ବର୍ଦ୍ଧିତ ଯୋଜନା ସଂପର୍କରେ ନିଷ୍ପତ୍ତି ନେଇଛି । ବର୍ତ୍ତମାନ କାଳିଆ ଯୋଜନାରେ 75 ଲକ୍ଷ ଚାଷୀ ପରିବାରକୁ ଅନ୍ତର୍ଭୁକ୍ତ କରାଗଲା । ସେମାନଙ୍କ ମଧ୍ୟରୁ 50 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ 25 ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର ।

ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇଥିବା 42 ଲକ୍ଷ 65 ହଜାର କୃଷି ପରିବାରକୁ କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ 33 ଲକ୍ଷ 25 ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ 9.4 ଲକ୍ଷ ଭୂମିହୀନ କଷି ଶ୍ରମିକ ପରିବାର  ।

ଆଜିର ବର୍ଦ୍ଧିତ ନିଷ୍ପତ୍ତି ଅନୁଯାୟୀ ସମୁଦାୟ 32 ଲକ୍ଷ 34 ହଜାର କୃଷି ପରିବାର ମଧ୍ୟରୁ 16 ଲକ୍ଷ 74 ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ 15 ଲକ୍ଷ 60 ହଜାର ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ ଏହି କାଳିଆ ଯୋଜନାରେ ଚଳିତ ବର୍ଷ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଏଥିସହିତ ପୂର୍ବରୁ ସହୟତା ପାଇଥିବା 42 ଲକ୍ଷ 65 ଲକ୍ଷ କୃଷି ପରିବାରଙ୍କୁ ମଧ୍ୟ ଚଳିତ ବର୍ଷ ନିର୍ଦ୍ଧାରିତ କାଳିଆ ସହାୟତା ଯୋଗାଇ ଦିଆଯିବ ।

ଏହି ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି 5ହଜାର ଟଙ୍କା 8 ଲକ୍ଷ 40ହଜାର ଚାଷୀ ପରିବାରଙ୍କୁ ଆଜି ପ୍ରଦାନ କରାଯାଇଛି ଏବଂ ବଳକା ଚାଷୀ ପରିବାରଙ୍କୁ ଏହି ସହାୟତା ରାଶି ବିଧିବଦ୍ଧ ତନଖୀ ପରେ ଅତିଶୀଘ୍ର ପ୍ରଦାନ କରାଯିବ । ଏତଦବ୍ୟତିତ ଏହି ଯୋଜନାରେ ସାମିଲ ହୋଇନଥିବା ଯୋଗ୍ୟ ଚାଷୀ ପରିବାରଙ୍କୁ ଦରଖାସ୍ତ କରିବାର ସୁଯୋଗ ମଧ୍ୟ ଦିଆଯାଉଛି । ଯାହାଦ୍ବାରା କୌଣସି ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ ପଡିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

6 − 5 =