‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟିତ

ଭୁବନେଶ୍ୱର()   ଆଜି ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପ୍ରତିଷ୍ଠିତ ହୋଇପାରିଛି । ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବାକୁ ଏହା ପ୍ରତିଷ୍ଠିତ କରାଯାଇଛି ।

ସେପଟେ ମୁଖ୍ୟମନ୍ତୀ ଏହାକୁ ଉଦଘାଟନ କରିବା ସହିତ ନିଜେ ସବୁ ରୁମକୁ ବୁଲିକି ଦେଖିଥିଲେ । ସେପଟେ କିଛି ସମୟ ପାଇଁ ଗାନ୍ଧୀଜିଙ୍କ ପତିମୂର୍ତି ସହିତ ବି ଫଟୋ ଉଠାଇଥିଲେ । ମଙ୍ଗଳବାର ଠାରୁ ରବିବାର  ପର୍ଯ୍ୟନ୍ତ ଦିନ ୧୧ଟାରୁ ସଂନ୍ଦ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଯାହା ଫଳରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିଭିନ୍ନ ବ୍ୟକ୍ତି ଛାତ୍ରଛାତ୍ରୀମାନେ ଏଠାକୁ ଆସି ବୁଲିପାରିବେ ।

Share

Leave a Reply

Your email address will not be published. Required fields are marked *

5 × 1 =