ମୋଦି ଦେଇଥିଲେ ମିଛ ତଥ୍ୟ, ପଢନ୍ତୁ ନବୀନଙ୍କ ଉତ୍ତର

ଭୁବନେଶ୍ବର () ଗତ ଡିସେମ୍ବର 24 ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ 2014 ଏପ୍ରିଲ ମାସରୁ 2018 ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ସୃଷ୍ଟି କରାଯାଇଥିବା ଜଳସେଚନ ବ୍ୟବସ୍ଥା ସଂପର୍କରେ ତଥ୍ୟ ସମ୍ବଳିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।

ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର 10 ଲକ୍ଷ ହେକ୍ଟର ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବେ ବୋଲି ପ୍ରତିଶୃତି ଦେଇ 4 ବର୍ଷରେ ମାତ୍ର 22ହଜାର ହେକ୍ଟର ଜମିକୁ ଜଳସେଚିତ କରିଛନ୍ତି । ଏହାର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେରେ କହିଛନ୍ତି ଯେ, ଜଳସେଚନ କୃଷି ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ  । ଯେଉଁଥିପାଇଁ ରାଜ୍ୟ ସରକାର 2014ରେ ଅଧିକ 10 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । 2014ରେ କ୍ଷମତାକୁ ଆସିବା ପରଠାରୁ ରାଜ୍ୟ ସରକାର ଅତିରିକ୍ତ 7.8 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦେଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା 10 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

2014ରୁ ବର୍ତ୍ତମାନ ସୁଦ୍ଧା 26,889 କୋଟି ଟଙ୍କା ଜଳସେଚନ ଓ ଜଳସଂପଦ ବାବଦରେ ଖର୍ଚ୍ଚ କରାଯାଇଛି । ସେମଧ୍ୟରୁ କେନ୍ଦ୍ର ସରକାର ମାତ୍ର 1211 କୋଟି ଅର୍ଥା 4.5 ପ୍ରତିଶତ ଅର୍ଥ ଏଆଇବିପି ଜରିଆରେ ସହାୟତା ଦେଇଛନ୍ତି । ଚଳିତ ବର୍ଷ ରେକର୍ଡ ପରିମାଣର 10,196 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟ ସରକାର ନିଜସ୍ବ ଯୋଜନାରେ 2ଲକ୍ଷ 67ହଜାର 880  ହେକ୍ଟର ଆୟକଟ ଏରିଆ ପାଇଁ 46ଟି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ସେହିଭଳି 1ଲକ୍ଷ 29ହଜାର 764 ହେକ୍ଟର ଆୟକଟ ଏୟାର ପାଇଁ 6837ଟି ଉଠା ଜଳସେଚନ ପ୍ରକଳ୍ପ, 97,694 ଆୟକଟ ଏରିଆ ପାଇଁ 8335ଟି ଚେକ ଡ୍ୟାମ ନିର୍ମାଣ କରାଯାଇଛି । ଚାଷୀମାନେ ଏହିସବୁ ଜଳସେଚନ ପ୍ରକଳ୍ପର ସୁଫଳ ମଧ୍ୟ ପାଉଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ତଥ୍ୟ ଅନୁଯାୟୀ କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ଚେକ ଡ୍ୟାମ ଏବଂ ଅନ୍ୟାନ ସୂତ୍ରରୁ 2014-15ରେ 1,32,753 ହେକ୍ଟର ଜମିକୁ ଜଳସେଚିତ କରାଯାଇଥିବା ବେଳେ 2015-16ରେ 1,61,344 ହେକ୍ଟର, 2016-17ରେ 1,68,971 ହେକ୍ଟର, 2017-18ରେ 2,43,663 ହେକ୍ଟର, 2018-19 ନଭେମ୍ବର ମାସ ସୁଦ୍ଧା 80ହଜାର 206 ହେକ୍ଟର ଜମି ଏହିପରି ଗତ 5 ବର୍ଷରେ 7ଲକ୍ଷ 86ହଜାର 937 ହେକ୍ଟର ଜମିକୁ ଜଳସେଚିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − 1 =