ସାହସୀ ଶିଶୁଙ୍କୁ ଚକଲେଟ ଓ ପାଠ୍ୟ ଉପକରଣ ଦେଇ କଲେ ପ୍ରୋତ୍ସାହିତ

ଭୁବନେଶ୍ବର () ସେଦିନ ଥିଲା ଗଣେଷ ପୂଜା । ସେପ୍ଟେମ୍ବର 2 ତାରିଖ । ଯାଜପୁର ସଡକପୁର ପ୍ରାଥମିକ ସ୍କୁଲରେ ପଡୁଥିବା 6 ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡରେ ଥିବା ଗୋଟିଏ ପୋଖରୀରେ ଖସିପଡି ବୁଡି ଯାଉଥିଲେ । ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପୁଥିବା ଦୁଇ ଜଣ ବାଳକ ସେକ୍ ତାସିଫ ରାଜ ଓ ମହମ୍ମଦ ସୋଆଇବ ବୁଡି ଯାଉଥିବା ବାଳଟିକୁ ଦେଖି ନିଜ ଜୀବନକୁ ଖାତିର ନକରି ପାଣିକୁ ଡେଇପଡି ତାକୁ ଉଦ୍ଧାର କରିଥିଲେ । ସେମାନଙ୍କ ସାହାସିକତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଗଲା ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି 3ଜଣ ବାଳକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାସିଫ ଓ ସୋଆଇବଙ୍କ ସାହାସିକତାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡିକ୍ସନାରୀ, ଅନ୍ୟାନ ପାଠ୍ୟ ଉପକରଣ ଓ ଚକଲେଟ ଆଦି ଉପହାର ପ୍ରଦାନ କରିଛନ୍ତି । କୁନି ବାଳକ ଆବୁଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପାଠ୍ୟଉପକରଣ ଓ ଚକଲେଟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

14 + 10 =