ଭାରତୀୟ କ୍ରିକେଟ ଦଳକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଶ୍ରୀଲଙ୍କା ସହ ମୁହାଁମୁହିଁ ହୋଇଥିଲା ଭାରତ ଟିମ ।୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୨୬୫ ରନର ବିଜୟ ଲକ୍ଷ୍ୟକୁ ଅନାୟାସରେ ହାସଲ କରି ନେଇଥିଲା ବିରାଟ ବାହିନୀ ।

ସେଥିରେ ଭଲ ପ୍ରଦର୍ଶନ ଦେଖାଇ ଭାରତ ଟିମ ବିଜୟଲାଭ କରିଥିଲା । ତେଣୁ ପରବର୍ତ୍ତୀ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

two − one =