ଏସଓଏସ ଭିଲେଜରେ ପିଲାଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବର୍ଷ ଫନି ବାତ୍ୟାର ଭୟାବହତାରେ ହୋଇଥିବା କ୍ଷୟକ୍ଷତି ଯୋଗୁ ନିଜ ଜନ୍ମଦିନ ପାଳିନଥିଲେ । କିନ୍ତୁ ଆଲୋକର ପର୍ବ ଦୀପାବଳିରେ ଏସଓଏସ ଭିଲେଜରେ ରହୁଥିବା କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ପିଲାଙ୍କ ସହ ବାଣ ଫୁଟାଇଥିଲେ ।

ସେଠାରେ ସେ ପିଲାଙ୍କ ସହ କିଛି ସମୟ ପାଇଁ କଥା ହୋଇଥିଲେ ଏବଂ ସେମାନଙ୍କୁ ମିଠେଇ ଓ ଚକଲେଟ ବାଣ୍ଟିଥିଲେ । ସେଠାରେ ସେ ଶିଶୁମାନଙ୍କ ସହ କିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଦୀପାବଳି ପାଳନ କରି ପିଲାମାନେ ବି ବେଶ ଉତ୍ଫୁଲ୍ଲିତ ହୋଇଥିଲେ । ଦୀପାବଳି ପାଳନ ପରେ ମୁଖ୍ୟମନ୍ତ୍ରୀ ଏସଓଏସ ଭିଲେଜର ବିକାଶ ପାଇଁ 20 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

eighteen − twelve =