ଶିଳ୍ପ ଅନୁକୂଳ ବାତାବାରଣ ସୁଯୋଗ ନେବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ଗତ ୨୪ ବର୍ଷ ଧରି ଓଡିଶାରେ ଶିଳ୍ପର ବିକାଶ ଏବଂ ଶିଳ୍ପ ପାଇଁ ରହିଥିବା ସୁଯୋଗକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ଆୟୋଜିତ ହୋଇଆସୁଥିବା ଏଣ୍ଟପ୍ରାଇଜ ଓଡିଶା-୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ଶିଳ୍ପାୟନ ବାତାବରଣ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏଣ୍ଟପ୍ରାଇଜ ଓଡିଶାର ଉଦଘାଟନ କରି ଶିଳ୍ପପତିଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନାର ବାଟ ଖୋଲିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ନିଶ୍ଚିତ ନିଯୁକ୍ତି ସୁଯୋଗ ସୃଷ୍ଟି, ରାଜସ୍ୱ ବୃଦ୍ଧି ପାଇଁ ସରକାର ଓଡିଶାରେ ଏକ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି । ଏଥିପାଇଁ ୫ଟିକୁ ଫୋକସ ଦିଆଯାଇଛି । ଏଥିରେ ସ୍ୱଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା ଓ ଟିମଓାର୍କ ଜରିଆରେ ପରିବର୍ତ୍ତର ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏକ ଶିଳ୍ପ ଅନୁପଯୋଗୀ ବାତାବରଣ ଓ ପୁଂଜିନିବେଶ ପରିବେଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ସାଙ୍ଗକୁ ମହିଳା, ଅନୁସୂଚିତ ଜାତି ଓ ଜନଜାତୀ ଏବଂ ଭିନ୍ନକ୍ଷମଙ୍କ ମଧ୍ୟରେ ଉଦଯୋଗ ପ୍ରବୃତ୍ତି ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ଶିଳ୍ପ ବିହିନ ବା ଶିଳ୍ପର ଆଖିଦୃଶିଆ ବିକାଶ ହୋଇଥିବା ଜିଲ୍ଲାରେ ଶିଳ୍ପର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ।

ରାଜ୍ୟରେ ଦକ୍ଷତା ବୃଦ୍ଧି ଜରିଆରେ ଓଡିଶାରେ ଶିଳ୍ପ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ବୈଷୟିକ ତାଲିମ ଦିଆଯାଉଛି । ଏହାଦ୍ୱାରା ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ରାଜ୍ୟରେ ଷ୍ଟାଟ-ଅପ ପ୍ରକଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ୨୦୨୦ ସୁଦ୍ଧା ଓଡିଶାକୁ ବିଶ୍ୱର ଶ୍ରେଷ୍ଠ ତିନୋଟି ଷ୍ଟାଟ-ଅପ ହବ ମଧ୍ୟରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରୁ ଯୁବ ଗୋଷ୍ଠୀ ଏବଂ ଉଦ୍ୟୋଗୀ ପ୍ରତି ଆଗ୍ରହ ରଖୁଥିବା ଉଦଯୋଗୀମାନେ ଅଧିକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶିଳ୍ପପତିଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଗୋସ୍ୱିଫ୍ଟ ପୋର୍ଟାଲ ଆରମ୍ଭ କରିଛନ୍ତି । ଦୁଇ ବର୍ଷରେ ଏହି ପୋର୍ଟାଲ ଜରିଆରେ ୧୦୦୦ରୁ ଅଧିକ ଶିଳ୍ପାନୁଷ୍ଠାନ ଉପକୃତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଭିଜନ-୨୦୨୫ରେ ୨.୫ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ସହ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି । ଶିଳ୍ପପତି ଏବଂ ପ୍ରଶାସନିକ ଅଧିକାରୀମାନେ ଏଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଥିସହିତ କ୍ଷଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନଗୁଡିକ ମଧ୍ୟ ଅଧିକ ସଂଖ୍ୟାରେ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 + twenty =