କଲ୍ୟାଣମୂଳକ ଯୋଜନାରେ ସ୍ୱଚ୍ଛତା ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର (): ତୃଣମୂଳସ୍ତରରେ ୩-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ) ବ୍ୟବସ୍ଥାର ସଫଳତା ଏବଂ ଯୋଜନାର ସେବା ଓ ସୂଚନା ପହଂଚାଇବାରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତିି । ଭଲ କାମ କରି ଜନ ସାଧାରଣଙ୍କ ବିଶ୍ୱାସଭାଜନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଶନିବାର ଦିନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ୨୯ତମ ପଂଚାୟତ ଏକ୍ଜିକ୍ୟୁଟିଭ୍ ଅଫିସରମାନଙ୍କରେ ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଗାଁର ବିକାଶ ସହିତ ବିଭିନ୍ନ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ, ସାମାଜିକ କଲ୍ୟାଣ ଯୋଜନାରେ ସଫଳତା ଆଣିବାପାଇଁ ଏହାର କାର୍ଯ୍ୟକାରୀତାରେ ଅଧିକ ସ୍ୱଚ୍ଛତା ବଜାର ରଖିବାକୁ
ମୁଖ୍ୟମନ୍ତ୍ରୀ କହିଥିଲେ । ସାଧାରଣ ଲୋକେ ତାଙ୍କର ହକ୍ ପାଇପାରିବେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ । ଆମଗାଁ ଆମ ବିକାଶ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ  । ସେହିପରି ପିଠା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ବିଭିନ୍ନ ସରକାରୀ ସେବା ଏବଂ ଯୋଜନାର ସୂଚନା ଲୋକଙ୍କ ପାଖରେ ପଂଚାଇବା ଏବଂ ସେମାନଙ୍କୁ ବୁଝାଇବା ଏହିସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ । ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏଥିରେ ପଂଚାୟତର ବିଶେଷ ଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Share

Leave a Reply

Your email address will not be published. Required fields are marked *

five × 5 =