ଯୁବ ଗୋଷ୍ଠିକୁ ଅଧିକ ସଂଖ୍ୟାରେ ମତାଦାନ କରିବାକୁ ନବୀନଙ୍କ ଅପିଲ

ଭୁବନେଶ୍ବର () ସକାଳ 7ଟାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ଗୋଟାଏ ସୁଦ୍ଧା 41 ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିସାରିଲେଣି । ଆଶା କରାଯାଉଛି ପ୍ରଥମ ପର୍ଯ୍ୟାୟରେ 73 ପ୍ରତିଶତରୁ ଅଧିକ ମତଦାନ ହେବ । ଏଭିତରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ଉଠିଥିବା ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ଏକ ଗୌରବମୟ ଦେଶ ଏବଂ ବିକଶିତ ଓଡିଶା ଗଠନ ପାଇଁ ଯୁବ ଭୋଟର ମାନେ ଅଧିକ ସଂଖ୍ୟାରେ ମତଦାନ କରିବାକୁ ସେ ଅପିଲ କରିଛନ୍ତି । ଚଳିତ ନିର୍ବାଚନରେ ପ୍ରାୟ 10 ପ୍ରତିଶତ ନୂଆ ଭୋଟର ସାମିଲ ହୋଇଛନ୍ତି । 2019 ଜାନୁଆରୀ 1 ତାରିଖ ସୁଦ୍ଧା 18 ବର୍ଷ ହୋଇଥିବା ଯୁବକ ଯୁବତୀଙ୍କୁ ଏଥର ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

15 − nine =