ଓଡିଶା ଓ ଗୁରୁରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର ()ଗୁଜୁରାଟରେ କାମ କରୁଥିବା ଓଡିଆ ଶ୍ରମିକମାନଙ୍କୁ ନିରାପତାରେ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ।

ଆଲୋଚନାରେ ଗୃହୀତ ନିଷ୍ପତି ଅନୁସାରେ ଗୁଜୁରାଟରୁ ଓଡିଆ ଶ୍ରମିକ ମାନଙ୍କୁ ନିରପତାରେ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟରୁ ଦୁଇଦୁଇ ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏକ ସମନ୍ୱୟ କମିଟି କରାଯିବ ।
ମୁଖ୍ୟତଃ ସେମାନଙ୍କୁ ବସ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କାରାଯିବ । ଏତଦବ୍ୟତୀତ ଅନ୍ୟ ପରିବହନ ମାଧ୍ୟମରେ ଅନୁଧ୍ୟାନ କରି ନିଷ୍ପତି ନିଆଯିବ ।
ଏହାସହ ଓଡିଶା ଫେରିବାବୁ ଚାହୁଁଥିଲେ ସମସ୍ତ ବ୍ୟକ୍ତିଙ୍କ ପାଥଁ ପଞ୍ଜିକରଣ ବାଧ୍ୟତାମୂଳକ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ପରାଯିବ । ଯାହାଦ୍ୱାରା ଓଡିଶାରେ ପହଁଚିବା ପରେ ସେମାନଙ୍କୁ କ୍ୱରେଟାଇନରେ ରହିବା ସହ ଅନ୍ୟାନ୍ୟ ସୁବିଧା ପାଇପାରିବେ ।

ଗୁଜୁରାଟରୁ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ବସର ରେଡ ଟ୍ୟାକ୍ସ ଛାଡ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶ ଗଡ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

17 + twelve =