ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରାଯାଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ନିକଟରେ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବାର ଅଳ୍ପ କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ । କାଳିଆ ଯୋଜନାକୁ କେନ୍ଦ୍ରର ବିଜେପି ଚାପରେ ବନ୍ଦ କରାଯାଇଥିବାର ଅଭିଯୋଗ କରିଥିଲେ । ପୂର୍ବରୁ ବିଜେଡି ପ୍ରତିନିଧିମାନେ ଦୁଇ ଥର ମୁଖ୍ୟ ନିର୍ବାଚନ ଅଧିକାରୀ ଏପରିକି ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ କାଳିଆ ସହାୟତା ପୂର୍ବପରି ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଛି, କାଳିଆ ଟଙ୍କାକୁ ଅଟକା ଯାଉଛି ବୋଲି ସିଇଓଙ୍କ ଅବଗତ କରାଇଛି । ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ । ବିଜେପିକୁ ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

five × 1 =