୯୦୫ ପଦବୀ ନିଯୁକ୍ତି ପାଇଁ ଅନୁମତି

ଭୁବନେଶ୍ୱର() ରାଜ୍ୟରେ ଆଉ ୬ଟି ନୂଆ ଥାନା ପ୍ରତିଷ୍ଠା କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବ । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା । ଏହି ୬ ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଅନ୍ୟପକ୍ଷରେ ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି ମିଳିଛି । ୨୨୦ ପୋଲିସ ଷ୍ଟେସନ ପାଇଁ ୯୦୫ ପଦବୀକୁ ଓ ୬ ଆଉଟପୋଷ୍ଟକୁ ମଞ୍ଜୁରି ମିଳିଛି ।

Share

Leave a Reply

Your email address will not be published. Required fields are marked *

one × 3 =