କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ୱର() ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ସେମାନଙ୍କର ସେବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଏହି ସହାୟତା ମିଳିବ ।

ତେବେ ଡାକ୍ତରମାନଙ୍କୁ ଦୈନିକ ହଜାରେ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦ୍ରେନିକ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ରେଡିଓଗ୍ରାଫର ଓ ଲାବୋରେଟୋରି ଟେକ୍ନିସିଆନଙ୍କୁ ୫୦୦ ଟଙ୍କା ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦ୍ରେନିକ ୨୦୦ ଟଙ୍କା ମିଳିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × 1 =