ଟଳିନି ବିପଦ, ୧୦ ଦିନ ନିୟମିତ ମନଟିରିଂ କରିବ କୃଷି ବିଭାଗ

ଭୁବନେଶ୍ୱର () ପବନର ଗତି ବଦଳିବାରୁ ପଙ୍ଗପାଳଙ୍କ ଗତି ବଦଳିଗଲା । ହେଲେ ଏବେ ବି ଓଡିଶାକୁ ବିପଦ ଟଳିନି । ତେଣୁ ରାଜ୍ୟ ସରକାର ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖିବେ । ଚାଷୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଡିଲେ ଦମକଳ ଜରିଆରେ ପ୍ରଭାବିତ ଅଂଚଳରେ ଔଷଧ ସିଞ୍ଚନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମଧ୍ୟପ୍ରଦେଶରୁ ଛତିଶଗଡ଼ର କୋରିୟା ଜିଲ୍ଲାକୁ ଉଡ଼ି ଆସିଥିବା ପଙ୍ଗପାଳ ଗତକାଲି ଆରବସାଗରରେ ପାଣିପାଗ ପ୍ରତିକୂଳ ହେବାରୁ ବଦଳାଇଦେଲେ ଗତିପଥ । ସେମାନେ ପୁଣି ଫେରିଗଲେ ମଧ୍ୟପ୍ରଦେଶ। ତେବେ ସେମାନଙ୍କ ଗତି ପୁଣି ବଦଳି ପାରେ। ସେ ସମୟରେ ଏମାନଙ୍କ ଓଡ଼ିଶା ପ୍ରବେଶକୁ ରୋକିବା କାଠିକର ପାଠ ହେବ। ଚଳିତ ବର୍ଷ ଓଡ଼ିଶାକୁ ବିଳମ୍ବରେ ଆସିବ ମୌସୁମୀ। ଯାହା ପଙ୍ଗପାଳଙ୍କୁ ରାଜ୍ୟରେ ସକ୍ରିୟା କରିବା ପାଇଁ ପଯ୍ୟାର୍ପ୍ତ। ତେଣୁ ଏମାନଙ୍କ ମୁକାବିଲା ପାଇଁ ଚାଷୀଙ୍କୁ ସଚେତନ ସହ ପଙ୍ଗପାଳ ଗତିବିଧି ଉପରେ ୧୦ ଦିନ ମିନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୌଣସି ମୁହୂତ୍ର୍ତରେ ଏମାନେ ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରନ୍ତି। ସୀମାରେ ଥିବା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରୁସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର।

ବତ୍ର୍ତମାନ ରାଜ୍ୟରେ ୭୫ ହେକ୍ଟର ଜମିରେ ଧାନ ଅଛି। ଯାହା ଉପରେ ପଙ୍ଗପାଳଙ୍କ ନଜର ରହିଛି। ମୌସୁମୀ ଆସିଲେ, ପବନ ଦକ୍ଷିଣ ପଶ୍ଚିମ ଦିଗରେ ବୋହିବ। ଓଡ଼ିଶାରୁ ବିପରିତ ଦିଗ ଦେଇ ରାଜସ୍ଥାନ ଅାଡ଼କୁ ପଙ୍ଗପାଳ ଉଡ଼ିଯିବେ। ହେଲେ ମୌସୁମୀ ନ ଆସିବା ଯାଏ, ପଙ୍ଗପାଳ ଚିନ୍ତାର ବିଷୟ।

ପଙ୍ଗପାଳ ଉପଦ୍ରବକୁ ନିୟମନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କଣେ୍ଟ୍ରାଲ ରୁମ୍‌ ଖୋଲାଯାଇଛି। ରାଜ୍ୟର ସାଢେ ଛଅ ଲକ୍ଷ ଚାଷୀଙ୍କୁ ହ୍ୱାଟସ୍‌ଅପ୍‌ ମେସେଜ ଓ ଆଠ ଲକ୍ଷ ଚାଷୀଙ୍କୁ ଭଏସ୍‌ ମେସେଜ୍‌ ଜରିଆରେ ସଚେତନ କରାଯାଇଛି। ଚାଷୀଙ୍କ ସହ ନିୟମିତ ସଂପର୍କରେ ରହିଛି କୃଷି ବିଭାଗ।

Share

Leave a Reply

Your email address will not be published. Required fields are marked *

four × two =