ଅର୍ଥନୀତିକୁ ଚଳଚଞ୍ଚଳ ସହ ରୋଜଗାର ଉପରେ ଗୁରୁତ୍ୱ

ଭୁବନେଶ୍ୱର () ସଙ୍ଗରୋଧ କେନ୍ଦ୍ରର ଉପଯୁକ୍ତ ପରିଚାଳନା ସହିତ ଜୀବନ ଜୀବିକା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସପ୍ତାହକ ମଧ୍ୟରେ କୋଭିଡ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ପ୍ରବାସୀମାନେ କିପରି ଏଠାରେ ରୋଜଗାର ପାଇବେ ତାଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହ କୃଷି ଅର୍ଥନୀତିକୁ ସୁଦୃଢ କରିବାପାଇଁ ସରକାର ୩ଟି ଅଡନାନ୍ସ ଆଣିବେ । ଆଜି କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ବିଭାଗୀୟ ଅଧିକାରୀଙ୍କୁ ଏଭଳି କିଛି ନିଦେ୍ର୍ଦଶ ଦେଇଛନ୍ତି ।

କୋଭିଡ-୧୯ ମୁକାବିଲା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ହେଉଛି ବଡ଼ ଘୋଷଣା । ଏବେ ରାଜ୍ୟକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରୁଛନ୍ତି । ତେଣୁ ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡ଼ିକର ଉପଯୁକ୍ତ ପରିଚାଳନା ସହ ଲୋକଙ୍କୁ ରୋଜଗାର ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସପ୍ତାହକ ମଧ୍ୟରେ କୋଭିଡ କେୟାର ସେଣ୍ଟରର ଶଯ୍ୟା ସଂଖ୍ୟା ବଢାଯିବ। ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବଲାଙ୍ଗିର ଆଦି ଜିଲ୍ଲାରେ କୋଭିଡ କେୟାର ଶଯ୍ୟା ବଢିବ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ଶିବିରରେ କୋଭିଡ ପରିଚାଳନା ତାଲିମ ଦିଆଯାଉ। କୋଭିଡ ସେ୍ୱଚ୍ଛାସେବୀଙ୍କ ପାଇଁ ଏକ ସଂକ୍ଷିପ୍ତ ସାଟିଫିକେଟ କୋର୍ସ ପ୍ରସ୍ତୁତ କରାଯାଉ । ମାନବିକତା ଓ ବୃତ୍ତିଗତ ଦକ୍ଷତା ସହ କରୋନା ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିଭଳି ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଓ ଭିନ୍ନକ୍ଷମ ବୟସ୍କଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ମନରେଗା ଓ ମିଶନ ଶକ୍ତି କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ବିଭାଗମାନେ ସେମାନଙ୍କ ଅଧୀନରେ ଯେପରି ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ପାରିବେ ସେଥିପାଇଁ ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବାକୁ ଅଧିକ ପାଣ୍ଠି ଦିଆଯିବ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପିପିଇ ଏବଂ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଆଗକୁ କୃଷି ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୩ଟି ଅଧ୍ୟାଦେଶ ଆଣିବେ ବୋଲି ବୈଠକରୁ ଜଣାପଡିଛି ।

କରୋନା ମୁକାବିଲା ଏକ ଲମ୍ବା ଯୁଦ୍ଧ । ତେଣୁ ଏହାର ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ବତ୍ର୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − seven =