ପ୍ରବାସୀ ଓଡ଼ିଆଙ୍କ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର() ଲକ ଡାଉନ ପାଇଁ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ୱାରେଣ୍ଟିନରେ ପ୍ରବାସୀଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସରକାର । ୧୪ଦିନ ପାଇଁ ସମସ୍ତ ବ୍ୟବସ୍ଥା ସରକାର ଯୋଗାଇ ଦେବେ । ପ୍ରତି ବୟସ୍କ ପାଇଁ ଦିନକୁ ୧୨୦ ଓ ଛୋଟ ଛୁଆଙ୍କ ପାଇଁ ୧୦୦ଟଙ୍କା ଖର୍ଚ୍ଚ ପାଇଁ ଦିଆଯିବ । ବାହାରେ ଫସିରହିଥିବା ଶ୍ରମିକଙ୍କ ପାଇଁ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ଖୋଲାଯିବ । ଏନେଇ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଛନ୍ତି ଏସଆରସି ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ସତର୍କତାକୁ ନେଇ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପୂର୍ବରୁ କ୍ୱାରେଣ୍ଟିନରେ ରହିବା ସହ ତାଙ୍କ ନମୁନା ମଧ୍ୟ ପରୀକ୍ଷା କରାଯିବ । ସେଥିପାଇଁ ଯେତିକି ଖର୍ଚ୍ଚ ହେବ ସବୁ ସରକାର ବହନ କରିବେ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

twelve + 1 =