କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ମିଳିବ ରାଷ୍ଟ୍ରୀୟ ମର୍ଯ୍ୟାଦା

ଭୁବନେଶ୍ୱର() ରାଜ୍ୟ ବାସୀଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ସମସ୍ତ ସରକାରୀ ଓ ଘେରୋଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏହି ଘୋଷଣା କରାଯାଇଛି । କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମିଳିବ । ଏହାସହ ମୃତ୍ୟୁ ହେଲେ ପରିବାରକୁ ଅବସର ଯାଏଁ ପୁରା ଦରମା ମିଳିବା ସହ ସହିଦର ସମ୍ମାନ ମିଳିବ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ ସମ୍ପନ୍ନ ହେବ । ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡ଼ା ନଜର ରଖାଯିବ ।

Share

Leave a Reply

Your email address will not be published. Required fields are marked *

one + nine =