ସାରା ବିଶ୍ବ ପାଇଁ ଉଦାହରଣ ସାଜିଲେ ନବୀନ

ଭୁବନେଶ୍ୱର ()କଣ କରେନାର ମୁକାବିଲା ସମ୍ଭବ ? କଣ ଏହାକୁ ପ୍ରତିହତ କରିହେବ ? ଏଭଳି ଅନେକ ପ୍ରଶ୍ନ ଏବେ ସଭିଙ୍କ ମନରେ । ସାରା ବିଶ୍ୱରେ ଦିନକୁ ଦିନ କରୋନା ଆକ୍ରନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏଭଳି ପ୍ରଶ୍ନ ସଭିଙ୍କ ମନରେ ଉଠିବା ସ୍ୱଭାବିକ । ଏହାର ଉତ୍ତର ଓଡିଶା ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ହିଁ ସ୍ପଷ୍ଠ କରୁଛି । ଏପରିକି ଦେଶ ଯାହା କାଲି କରିବାକୁ ଯାଉଛି ନବୀନ ପଟ୍ଟନାୟକ ତାହା ଆଜି କରି ଦେଖାଉଛନ୍ତି । ପ୍ରଥମେ ରାଜସ୍ଥାନର ଏକ ଦୈନିକ ସମ୍ବାଦପତ୍ର ନବୀନଙ୍କ ପ୍ରଶଂସାରେ ଶତମୂଖ ହୋଇଥିଲା ଏବେ ତାମିଲନାଡୁ ର ସପ୍ତାହିକ ପତ୍ରିକା ତାର କଭର ପେଜରେ ନବୀନଙ୍କୁ ସ୍ଥାନ ଦେଇଛି । ପତ୍ରିକା ଜୁନିଅର ଭିକତାନରେ ମଧ୍ୟ ନବୀନଙ୍କ ଗୁଣ ଗାନ କରାଯାଇଛି । ଦେଶ ଜନତା କଫ୍ୟୁ ପାଳନ କରୁଥିବା ବେଳେ କରୋନା ମୁକାବିଲା ପାଇଁ ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ୭ ଦିନର ଲକ୍ ଡାଉନ ଘୋଷଣା କରିଥିଲେ । ଏବେ ଲକ୍ ଡାଉନର ଅବଧି ଏପ୍ରିଲ ୧୪ ତରିଖରୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ବେଳେ ନବୀନ ଆଗୁଆ ୩୦ ଏପ୍ରିଲ ଯାଏ ଏହାକୁ ବୃଦ୍ଧି କରିଛନ୍ତ । ପରିସ୍ଥତି ଯାହା କହୁଛି ଦିନେ ଦୁଇଦିନ ଭିତରେ କେନ୍ଦ୍ର ସରକାର ମଧ୍ୟ ନବୀନଙ୍କ ପଦା ଅନୁସରଣ କରି ସମାନ ପଦକ୍ଷେପ ନେଇପାରନ୍ତି । ତାଛଡା ରାଜ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ ଟପି ନଥିବା ବେଳେ ଏହାର ୩୦୦ଗୁଣରୁ ଅଧିକ କ୍ଷମତ୍ତା ଥିବା କୋଭିଡ ସ୍ପେଶାଲ ହସପିଟାଲ ରାଜ୍ୟ ନିର୍ମାଣ କରିସାରିଲାଣି । ସେହିପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗୁଆ ୩ ମାସର ଦରମା ଦେବା କ୍ଷେତ୍ରରେ ହେଉ ବା ମହାମରୀ ବ୍ୟାଧି ଅଧ୍ୟଦେଶରେ ସଂଶୋଧନ ହେଉ ସବୁଥିରେ ଆଗୁଆ ନବୀନ । ଖାଲି ତାମିଲନାଡୁ ଓ ରାଜସ୍ଥନର ପ୍ରତ୍ରିକା କାହିଁକି ସାରା ବିଶ୍ୱରେ ଯେଉଁମାନେ ନବୀନଙ୍କ କାର୍ଯ୍ୟଶୈଳୀ ଅନୁଧ୍ୟନ କରୁଛନ୍ତି ସେମାନେ ପ୍ରଶଂସା ନକରି ରହିପାରୁନାହାନ୍ତି ।

Share

Leave a Reply

Your email address will not be published. Required fields are marked *

8 + 6 =